• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

91421093_3110305529059371_5797060119829151744_n
ବରଗଡ଼ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବରପାଲି ବ୍ଲକ୍‌ ଅଞ୍ଚଳର। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷ। କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ବରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏଯାବତ୍‌ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  

  • Tuesday, 13 July 2021
EXtOIbPU8AENRU2
୧୬ ଜିଲ୍ଲାରୁ ଆଉ ୧୦୩ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୧୦୩ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏମାନଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨ଜଣ,କେନ୍ଦ୍ରାପଡ଼ାରୁ ୧୫ଜଣ, ଜଗତସିଂହପୁର ୧୦ଜଣ, ମାଲକାନଗିରିରେ ୯ଜଣ, ଭଦ୍ରକ ଓ ବଲାଙ୍ଗିରରେ ୮ଜଣ ଲେଖାଏ ଓ କୋରାପୁଟ ଓ ଗଜପତିରୁ ୬ ଜଣ ଲେଖାଏ, ଖୋର୍ଦ୍ଧା ଓ ବାଲେଶ୍ୱରରେ ୫ ଲେଖାଏ, […]

  • Tuesday, 13 July 2021
former cm
ମହାମାରୀ କରୋନାରେ ଆକ୍ରାନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ‌ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ର ସରକାରର ପିଡବ୍ଲ୍ୟୁଡି ମନ୍ତ୍ରୀ ଥିବା ଅଶୋକ ମୁମ୍ବାଇ ଓ ମରାଠୱାଡା ଜିଲ୍ଲା ସ୍ଥିତ ଘରକୁ ଅନେକ ଥର ପରିଭ୍ରମଣ କରିଥିଲେ ବୋଲି ସୂଚନା ମିଳିଛି। ସୂଚନାଥାଉ କି, ଏହା ପୂର୍ବରୁ ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ମହାରାଷ୍ଟ୍ରରେ […]

  • Tuesday, 13 July 2021
corona
କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କରୋନା ନେଇଗଲା ଜୀବନ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଡାକ୍ତର ପାଣ୍ଡେ ଏମ୍ସରେ କରୋନା ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ। ଗତ ୧୯ ତାରିଖରେ ସେ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବା କରୋନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା। ଡାକ୍ତର ପାଣ୍ଡେଙ୍କ ମୃତ୍ୟୁ ନେଇ ଦିଲ୍ଲୀର […]

  • Tuesday, 13 July 2021
src
ଓଡ଼ିଶାରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଗାଁକୁ ଫେରୁଥିବା ପ୍ରବାସୀମାନେ ପ୍ରଥମ ୭ ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବା ବାଧ୍ୟତାମୂଳକ। କରୋନା ଲକ୍ଷଣ ନ ଥିଲେ ସେମାନଙ୍କୁ କ୍ୱାରେଣ୍ଟି ସେଣ୍ଟରରୁ ଛାଡ଼ି ଦିଆଯିବ। ହେଲେ ସେମାନେ ସେଠାରୁ ବାହାରି ନିଜ ଘରେ ଆଉ ୭ […]

  • Tuesday, 13 July 2021
EXioZwPX0AEaCbf
ସୁନ୍ଦରଗଡ଼ରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତ ବିଶ୍ରା ଓ ଲାଠିକଟା ବ୍ଲକ୍‌ର। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ୩ଜଣ ପୁରୁଷ ଥିବା ସୂଚନା। ସେମାନଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ର ଓ ୨ଜଣ ଚେନ୍ନାଇରୁ ଫେରିଥିଲେ। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ କରୋନା ଛୁଇଁଛି। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା […]

  • Tuesday, 13 July 2021
EXjQ3H-WAAAniMw
ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା

ବରଗଡ଼: ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ବରଗଡ଼ ଜିଲ୍ଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Tuesday, 13 July 2021
EW5UDYZXYAERCrj
ବଲାଙ୍ଗିରରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି। ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

  • Tuesday, 13 July 2021
91421093_3110305529059371_5797060119829151744_n
ବର୍ଷକର ଶିଶୁକୁ କରୋନା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି। ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବା […]

  • Tuesday, 13 July 2021
EXjQ3H-WAAAniMw
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୪୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ରାଜ୍ୟରେ ୪୩୬ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ୪୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫ଜଣ, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏ ଅଛନ୍ତି।  ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ […]

  • Tuesday, 13 July 2021
Capture
ବଢିଲା କରୋନା ଚିନ୍ତା; ଗୋଟିଏ ଦିନରେ ଦେଶରେ ସର୍ବାଧିକ ୬,୦୮୮ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏହାସତ୍ତ୍ୱେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାରେ ଆକ୍ରାନ୍ତ ହୋଇ ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ସର୍ବାଧିକ ୬ ହଜାର ୮୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ ହଜାରରୁ ଅଧିକରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୬,୩୩୦ ଜଣ ଚିକିତ୍ସାଧୀନ ଥିବାବେଳେ ୪୮,୫୩୪ […]

  • Tuesday, 13 July 2021
92045314_3111362032287054_788538214380994560_n
ରାଜ୍ୟରେ ନୂଆ ୮୬ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ଜଣ, କଟକରୁ ୧୧ଜଣ, ନୟାଗଡ଼ରୁ ୬ଜଣ, ଗଞ୍ଜାମରୁ ୫ଜଣ, ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩ଜଣ, ପୁରୀରୁ ୩ଜଣ, ବଲାଙ୍ଗିରରୁ ୨ଜଣ ଏବଂ ସୁନ୍ଦରଗଡ଼ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

  • Tuesday, 13 July 2021
EXtOIbPU8AENRU2
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ନୂଆ ୫୧ ଆକ୍ରାନ୍ତ‌

ଭୁବନେଶ୍ୱର: ରାଜ୍ୟରେ ନୂଆ ୫୧ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ଜଣ, ଯାଜପୁରରୁ ୫ଜଣ, କଟକରୁ ୯ଜଣ, ପୁରୀରୁ ଜଣେ, ଜଗତସିଂହପୁରରୁ ୨ଜଣ, ନୟାଗଡ଼ରୁ ୧୧ଜଣ, ଅନୁଗୁଳରୁ […]

  • Tuesday, 13 July 2021
corona
ଗୋଟିଏ ଦିନରେ ଦେଶରେ ସର୍ବାଧିକ ୫,୬୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏହାସତ୍ୱେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧,୦୬,୭୫୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୧,୧୪୯ ଜଣ ଚିକିତ୍ସାଧୀନ ଥିବାବେଳେ ୪୨,୨୯୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩,୩୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ […]

  • Tuesday, 13 July 2021
hacking
କରୋନା ଭାଇରସ୍ ସୂଚନାକୁ ବ୍ୟବହାର କରି କ୍ରେଡିଟ୍ କାର୍ଡରୁ ହେଉଛି ଡାଟା ଚୋରି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ କିଛି ଲୋକ ଏବେ ଏହାର ଫାଇଦା ଉଠାଇବା ଆରମ୍ଭ କରି ଦେଇଛନ୍ତି। କରୋନା ଭାଇରସ୍ ସମ୍ବନ୍ଧୀୟ ସୂଚନା ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ  କ୍ରେଡିଟ୍ କାର୍ଡରୁ ଡାଟା ଚୋରି ହେଉଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଇଣ୍ଟରପୋଲର ସୂଚନାକୁ ଆଧାର କରି CBI(Central Bureau of Investigation) ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ସତର୍କ କରାଇଛି। ସେରବର୍ସ(Cerberus ) ନାମକ […]

  • Tuesday, 13 July 2021
91421093_3110305529059371_5797060119829151744_n
କରୋନାମୁକ୍ତ ହେଲା ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲା

ଭୁବନେଶ୍ୱର: କରୋନାମୁକ୍ତ ହେଲା ଭୁବନେଶ୍ୱର। ଅର୍ଥାତ୍‌ ଭୁବନେଶ୍ୱରେ ଆଉ କୌଣସି ଆକ୍ଟିଭ୍‌ କେସ୍ ନାହିଁ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସିତ ହେଉଥିବା ୩ ଆକ୍ରାନ୍ତ ଡିସ୍‌ଚାର୍ଜ ହେବାପରେ ଏବେ ରାଜଧାନୀ ଭୁବନେଶ୍ୱର କରୋନା ମୁକ୍ତ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।  ଭୁବନେଶ୍ୱର ଭଳି ଜଗତସିଂହପୁର ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଚିକିତ୍ସାଧୀନ ଥିବା ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଟ୍ୱିଟ୍‌ […]

  • Tuesday, 13 July 2021
EXioZwPX0AEaCbf
ନୂଆ ୪୮ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନେ ତାମିଲନାଡ଼ୁରୁ ଫେରି କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ। ପୁରୀରେ ଚିହ୍ନଟ ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ତାମିଲନାଡୁ ଓ ଜଣେ ଆନ୍ଧ୍ର ପ୍ରଦେଶରୁ ଫେରି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ପୁରୀର ସ୍ଥାନୀୟ ବାସିନ୍ଦା ଥିବା ନେଇ ସୂଚନା ଓ […]

  • Tuesday, 13 July 2021
EXjQ3H-WAAAniMw
ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୪୮ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ କନ୍ଧମାଳ ଜିଲ୍ଲାକୁ କରୋନା ଛୁଇଁଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳର ୨ଜଣ ଥିବା ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୬୫୨ ଜଣ ଚିକିତ୍ସାଧୀନ ଥିବାବେଳେ ୨୨୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ୪ଜଣଙ୍କ […]

  • Tuesday, 13 July 2021
lockdown
ଆଜିଠୁ ଲକ୍‌ଡାଉନ୍‌ ୪.୦: ପୂର୍ବ କଟକଣାରେ ସାମାନ୍ୟ କୋହଳ, ରାଜ୍ୟକୁ ମିଳିଲା ଜୋନ୍ ଘୋଷଣାର ଅଧିକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହୋଇଛି। ମେ’ ୩୧ ଯାଏ ଏହା ବଳବତ୍ତର ରହିବ। ଗତକାଲି କେନ୍ଦ୍ର ସରକାର ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଥିଲା। ମାର୍ଚ୍ଚ ୨୫ରେ ଲାଗୁ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌। ଗଲା ୫୪ ଦିନ ଧରି ଦେଶବ୍ୟାପି ଲକ୍‌ଡାଉନ୍‌ ଜାରି ରହିଛି। ଏହା ଭିତରେ ତିନି […]

  • Tuesday, 13 July 2021
Rashtrapati Bhavan
ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ବରିଷ୍ଠ ପୁଲିସ ଅଧିକାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ଜଣେ ଆସିଷ୍ଟାଣ୍ଟ କମିଶନର ଅଫ ପୁଲିସ (ଏସିପି) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ରାଷ୍ଟ୍ରପତି ଭବନରେ ମୁତୟନ ହୋଇଥିବା ଅଧିକାଂଶ ପୁଲିସ କର୍ମଚାରୀ ଓ ଅନେକ ଷ୍ଟାଫଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ରାଷ୍ଟ୍ରପତି ଭବନ ବିଲ୍ଡିଂରେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ସୂଚନାଥାଉ କି, ଗତମାସରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ରିପୋର୍ଟ […]

  • Tuesday, 13 July 2021
COVID19
ଗୋଟିଏ ଆପାର୍ଟମେଣ୍ଟରେ ୨୫ ଜଣଙ୍କୁ କରୋନା

ହାଇଦ୍ରାବାଦ: ହାଇଦ୍ରାବାଦ ପୁରୁଣା ସହରର ମଦନନାପେଟ ଅଞ୍ଚଳରେ ଥିବା ଏକ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ରହୁଥିବା ୨୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏଚ୍ଏମସି)ର ଜୋନାଲ କମିଶନର ଅଶୋକ ସମ୍ରାଟ ଶନିବାର ଦିନ ଏହି ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ କେଉଁ କେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜା ଚାଲିଛି ବୋଲି ଜୋନାଲ କମିଶନର କହିଛନ୍ତି। ସେ ଆହୁରି କହିଛନ୍ତି, […]

  • Tuesday, 13 July 2021
lockdown
ମେ' ୩୧ ଯାଏ ଏହି ରାଜ୍ୟ ବଢ଼ାଇଲା ଲକ୍‌ଡାଉନ ଅବଧି

ମୁମ୍ବାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଆଜି ଶେଷ ହେବ। ଏତେ ଦିନର ଲକ୍‌ଡାଉନ ସତ୍ତ୍ୱେ ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳି ସାରିଛି। ନିକଟରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ […]

  • Tuesday, 13 July 2021
EXjQ3H-WAAAniMw
ନୂଆ ୬୫ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୬୫ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।‌ ଯାଜପୁରର ୩୧ ନୂଆ ପଜିଟିଭ ମଧ୍ୟରୁ ୩୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଝାଡ଼ଖଣ୍ଡ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ସେହିପରି ଗଞ୍ଜାମର ୧୩ ପଜିଟିଭ ମଧ୍ୟରୁ ୧୨ଜଣ ସୁରତ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଅନ୍ୟଜଣେ ହୋମ କ୍ୱାରେଣ୍ଟିନରେ ଥିବା ତଥ୍ୟ ଦେଇଛି ସୂଚନା ଓ ଲୋକ ସଂପର୍କ ବିଭାଗ। କେନ୍ଦ୍ରାପଡ଼ା […]

  • Tuesday, 13 July 2021
EXYPfVCUcAERt5H
ରାଜ୍ୟରେ ନୂଆ ୬୫ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଓ ୩ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ନୂଆ […]

  • Tuesday, 13 July 2021
home
ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିବା ପରିବାରକୁ ଜଗିବେ ପଡ଼ୋଶୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡ଼ୋଶୀ। ହୋମ୍ କ୍ୱାରେଣ୍ଟିନ୍‌ ମନିଟରିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ(BMC)ର SOPରେ ଏହି ନିୟମ ରହିଛି। ପ୍ରବାସରୁ ଫେରିଥିବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଘରେ କ୍ୱାରେଣ୍ଟିନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର୍ ଲଗାଯିବ। ଷ୍ଟିକର୍ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡ଼ୋଶୀଙ୍କୁ କ୍ୱାରେଣ୍ଟିନ୍‌ରେ ଥିବା ପରିବାର ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ […]

  • Tuesday, 13 July 2021