କଟକ: କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଜଣ ସରକାରୀ କ୍ୱାରେଣ୍ଟିନରୁ, ୪ ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ, ୩ଟି ଲୋକାଲ କେଶ୍ ସାମ୍ନାକୁ ଆସିଛି। ଲୋକାଲ କେସ୍ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୩୦ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି। ଅନ୍ୟ ଜଣେ ଜୋବ୍ରା ମୁରାଦ ଖାନ୍ ପାଟଣାର ୫୬ […]
ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ ସୈନ୍ୟଙ୍କୁ ଦେଖିବାକୁ ୱାଲଟର ରିଡ୍ ମିଲିଟାରି ହସ୍ପିଟାଲ ଯାଇଥିବା ବେଳେ ଟ୍ରମ୍ପ କଳା ରଙ୍ଗର ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ପୂର୍ବରୁ ହ୍ୱାଇଟ୍ ହାଉସରେ ଟ୍ରମ୍ପ କହିଥିଲେ ମୁଁ କେବେ ବି ମାସ୍କ ବିରୋଧରେ ନାହିଁ। […]
ସୋର: ଲକଡାଉନ ବେଳେ ମୁମ୍ବାଇରେ ପ୍ରେମ ହେଲା। ଓଡ଼ିଶାକୁ ଆସି କ୍ୱାରେଣ୍ଟିନ ସାରିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମ ପକ୍ଷୀ। କନ୍ୟା କାଠମାଣ୍ଡୁର ଆଉ ବର ବାଲେଶ୍ୱରର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗାଁର କ୍ଷୀରୋଦ ଶିଅଳ ମୁମ୍ବାଇରେ ରହି କାମ କରୁଥିବାବେଳେ କାଠମାଣ୍ଡୁରୁ ଆସି ସେଠାରେ କାମ କରୁଥିବା ପ୍ରଣିସାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଣିସା ନିଜ ଭଉଣୀ ଭିଣୋଇଙ୍କ ସହ ରହିଥିଲେ। ଲକଡାଉନ ଅବଧି ଶେଷ ହେବାପରେ […]
ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାଆ ଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନର ସୂଚନା ଦେଇଛନ୍ତି। ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ […]
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାର୍ଙ୍କ ଘରେ ପଶିଛି କରୋନା। ଭେଟେରାନ୍ ଆକ୍ଟର ଅନୁପମ୍ ଖେର୍ଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। ଅନୁପମଙ୍କ ମାଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା […]
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ବିଏମ୍ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍ସା ବାହାରେ ବିଏମ୍ସି ନୋଟିସ୍ ମାରି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ଆରମ୍ଭ କରିଦେଇଛି ବିଏମ୍ସି। ପୂର୍ବରୁ ଆଜି ସକାଳେ ମୁମ୍ବାଇ ସ୍ଥିତ ଅମିତାଭଙ୍କ ବାସ ଭବନରେ ବିଏମ୍ସି ପହଞ୍ଚିଥିଲା। ଘର ଆଖପାଖରୁ ଭିଡ଼ ହଟାଇବାକୁ ମୁମ୍ବାଇ ପୁଲିସ୍ ଘର ବାହାରେ ବ୍ୟାରିକେଡ୍ କରି ଉକ୍ତ ଅଞ୍ଚଳକୁ ସିଲ୍ […]
ନୂଆଦିଲ୍ଲୀ: ଦେଶରେ ଦିନକରେ କରୋନା ନେଇଛି ୫୫୧ ଜୀବନ। ଏହା ସହିତ ସର୍ବାଧିକ ୨୮ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ୬୭୪କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାର ୫୫୩ ଛୁଇଁଛି। ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୩୪ ହଜାର ୬୨୦ ଜଣ। ଆଉ ଆକ୍ଟିଭ କେସ୍ ୨ ଲକ୍ଷ ୯୨ ହଜାର ୨୫୮ ରହିଛି। କେବଳ […]
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏ ନେଇ ସେ ଟ୍ୱିଟ୍ କରି ବିଗ୍ ବିଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ସାରା ଦେଶ ମଧ୍ୟ ଅମିତାଭଙ୍କ ସୁସ୍ଥ ହେବା ନେଇ କାମନା କରୁଥିବା ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଟ୍ୱିଟ୍ କରି ଏହା ବି ଲେଖିଛନ୍ତି, ଯେ ଆପଣ ସାରା ଦେଶ ପାଇଁ ଜଣେ ଆଇକନିକ୍ ସୁପରଷ୍ଟାର୍ ଅଟନ୍ତି। ଆମେ ସମସ୍ତେ ମିଶି ଆପଣଙ୍କ ଯତ୍ନ ନେବୁ। ଆପଣ ଖୁବ୍ […]
କୋଲକାତା: ସମସ୍ତ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ବର୍ଷ ପରୀକ୍ଷା କରାଯିବା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନର ତୁରନ୍ତ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ମମତା। କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସହ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତିର ପୁନର୍ବିଚାର ଲାଗି ମମତା ନିବେଦନ କରିଛନ୍ତି। […]
ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ ପଶିଲା କରୋନା। ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର ୧୦୦ ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ୧୬ ଜଣଙ୍କର ପଜିଟିଭ୍ ଆସିଛି। ଗତକାଲି ମୁମ୍ବାଇରେ ରହୁଥିବା ବଲିଉଡ୍ର ଭେଟେରାନ୍ ଅଭିନେତା ବିଗ୍ବି ଅମିତାଭ ବଚ୍ଚନ(୭୭) ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ(୪୪) କରୋନା ରିପୋର୍ଟ ପଜିଟିଭ୍ […]
ମୁମ୍ବାଇ: ଆଧାର କାର୍ଡ ଦେଲେ ମିଳିବ କରୋନା ଔଷଧ। ମହାରାଷ୍ଟ୍ରରେ ରୋଗୀଙ୍କୁ କରୋନା ଔଷଧ ମିଳୁନଥିବା ବେଳେ ଏହାର କଳବାଜାରୀ ହେଉଛି। ବାହାରେ ଔଷଧର ଦାମ୍ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଅଭିଯୋଗ ଆସିବା ପରେ କଡ଼ା କଟକଣା କରିଛନ୍ତି ମହାରାଷ୍ଟ୍ର ସରକାର। ରୋଗୀ କୋଭିଡ-୧୯ ସାର୍ଟିଫିକେଟ୍, ପ୍ରେସ୍କ୍ରିପସନ୍ ଏବଂ ଫୋନ୍ ନମ୍ବର ଦେଖାଇଲେ ଯାଇ ସେମାନଙ୍କୁ ସିଧାସଳଖ କରୋନା ଔଷଧ ଦିଆଯିବ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି। ସାରା ଦେଶରେ ମହାରାଷ୍ଟ୍ର କରୋନାରେ […]
ମୁମ୍ବାଇ: ବିଗବି ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଷେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। Earlier today both my father and I tested positive for COVID 19. Both of us having […]
ପୁରୀ: ଆଜିଠାରୁ ପୁଣିଥରେ ପୁରୀରେ ହେଉଛି ସେବାୟତମାନଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ପୁଣି ବାହୁଡ଼ାଯାତ୍ରା ପୂର୍ବରୁ ଏବଂ ଏବେ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଛି। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବ। ଘୋଷଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୪ ହଜାରରୁ ଅଧିକ […]
ଭୁବନେଶ୍ୱର: ଭୁବନେଶ୍ୱରର ଅଧିକ କରୋନା ସଂକ୍ରମିତ ଅଂଚଳରେ ଆଜି ସେରୋଲୋଜିକାଲ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେମାନଙ୍କଠାରୁ ସଂଗ୍ରହ ନମୁନା କରାଯାଉଛି। ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଂଚଳ ଓ କଣ୍ଟେନମେଣ୍ଟ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ଭୁବନେଶ୍ୱରର ୨୫ଟି ୱାର୍ଡ ଚିହ୍ନଟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସର୍ଭେଲାନ୍ସ ହେବ। […]
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍ ଯୋଗେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି। ଉଭୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ୍ରେ ଥିବା ଆକ୍ରାନ୍ତଙ୍କ ସହ କଥା ହୋଇଛନ୍ତି ନବୀନ। ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ହସ୍ପିଟାଲ୍ର ପରିସ୍ଥିତି ଓ ଅନୁସଙ୍ଗିକ ସୁବିଧା ସୁଯୋଗ ବିଷୟରେ ସେ କଥା […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ହୁହୁ ହୋଇ ବଢ଼ି ଚାଲିଛି। ପ୍ରତିଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି। ତେବେ ମୁମ୍ବାଇରେ ଥିବା ଏସିଆର ସବୁଠାରୁ ବଡ଼ ବସ୍ତି ଧରାବୀରେ କୋଭିଡ୍-୧୯ର ସଫଳ ନିୟନ୍ତ୍ରଣକୁ ନେଇ ଭାରତକୁ ଭୁରି ଭୁରି ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଜନଗହଳିପୂର୍ଣ୍ଣ ବସ୍ତି ଧରାବୀରେ କୋବିଡ୍ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି WHOର ମୁଖ୍ୟ ଟେଡ୍ରୋସ […]
ବେଙ୍ଗାଲୁରୁ: ଘରୁ ରହି କାମ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପା। ବେଙ୍ଗାଲୁରୁ ସ୍ଥିତ ତାଙ୍କ ସରକାରୀ ବାସଭବନ ବା ଅଫିସର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରତିକାର ସ୍ୱରୂପ ଏପରି ନିଷ୍ପତ୍ତି ନେଇଥିବା ଯେଦୁରପ୍ପା କହିଛନ୍ତି। ଏନେଇ ଶୁକ୍ରବାର ସେ କହିଛନ୍ତି “ସରକାରୀ ବସଭବନ ବା ଅଫିସ୍ରେ କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଆଜିଠାରୁ ଆସନ୍ତା କିଛି ଦିନ ପାଇଁ ମୁଁ ଘରେ ରହି କାମ କରିବି। […]
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଲାଗିଥିବା ଦୁଇ ସପ୍ତାହ ଲକ୍ଡାଉନ୍ରେ ଯଦି କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇଯାଇ ନପାରିଲା ତେବେ କ୍ୟାବିନେଟ୍ ଭାଙ୍ଗିଦେବି। କଜାଖସ୍ତାନ ରାଷ୍ଟ୍ରପତି କେସ୍ୟାମ ଜୋମାର୍ଟ ଟୋକାୟେଭ୍ ତାଙ୍କ ମନ୍ତ୍ରୀପରିଷଦଙ୍କୁ ଏଭଳି ଧମକ ଦେଇଛନ୍ତି। ସେ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ବେଳକୁ ଯଦି କରୋନା ଭାଇରସ୍ ସଂକ୍ରମଣରେ ରୋକ୍ ନ ଲାଗିଲା ତେବେ ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିବ। ତେଣୁ ଯଦି କରୋନା ସଂକ୍ରମଣ ଉପରେ ରୋକ୍ […]
ସାଉଥମ୍ପଟନ୍: କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ କ୍ରିକେଟ୍ ପୂରାପୂରି ଠପ୍ ହୋଇଯାଇଥିଲା। ପୂରା ୧୧୭ ଦିନ ପର୍ଯ୍ୟନ୍ତ ପଡ଼ିଆରେ ଗୋଟିଏ ବି ବଲ୍ କେଉଁ ବ୍ୟାଟ୍ସମ୍ୟାନ୍ ପାଇଁ ପଡ଼ିନଥିଲା। କ୍ରିକେଟ୍ ପ୍ରେମୀଙ୍କର ଲମ୍ବା ସମୟର ଅପେକ୍ଷା ପରେ ବୁଧବାର ୮ ଜୁଲାଇରେ ପୁଣିଥରେ ଆରମ୍ଭ ହୋଇଛି କ୍ରିକେଟ୍। ପଡ଼ିଆକୁ ଓହ୍ଲାଇଛନ୍ତି ଖେଳାଳି। ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ଟେଷ୍ଟ ସିରିଜ୍ରର ପ୍ରଥମ ମ୍ୟାଚ୍ ଆଜିଠାରୁ ସାଉଥମ୍ପଟନ୍ରେ ଆରମ୍ଭ ହୋଇଛି। ଏହି ଐତିହାସିକ ମ୍ୟାଚ୍ […]
କୋଲକାତା: ଲକ୍ଡାଉନ୍କୁ ୭ ଦିନ ଯାଏ ବଢ଼ାଇଲେ ପଶ୍ଚିମବଙ୍ଗ ସରକାର। କେବଳ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ଲକ୍ଡାଉନ୍କୁ ୭ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରବାର ସନ୍ଧ୍ୟା ୫ଟା ଠାରୁ ଏହି ନିର୍ଦ୍ଦେଶ ଜାରି କରାଯିବ। ମଙ୍ଗଳବାର ୨୫ ଜଣ କରୋନାରେ ପ୍ରାଣ ହରାଇବା ପରେ ପଶ୍ଚିମବଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହି ୨୫ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭ରେ ପହଞ୍ଚିଛି। ତେବେ […]
ରାଞ୍ଚି: ହୋମ୍ କ୍ୱାରେଣ୍ଟିନରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। କରୋନା ସଂକ୍ରମିତ ହୋଇଥିବା ଜଣେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି ହେମନ୍ତ। ଏନେଇ ବୁଧବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଧ କରାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମନ୍ତ୍ରୀ ମିଥିଲେଶ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ। ଗତକାଲି ମିଥିଲେଶ କୋଭିଡ୍-୧୨୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ହେମନ୍ତ ସୋରେନ୍ କ୍ୱାରେଣ୍ଟିନ୍ରେ ରହିଛନ୍ତି। […]
ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ବେହେରା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଦ୍ୱିତୀୟ ବିଧାୟକ ଭାବେ ପ୍ରଶାନ୍ତ ବେହେରାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ପୂର୍ବରୁ ସୋମବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। କଟକ ସାଲେପୁର ବିଧାୟକ ହେଉଛନ୍ତି ପ୍ରଶାନ୍ତ ବେହେରା। କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତ ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିବାରୁ ତାଙ୍କୁ କରୋନା ସଂକ୍ରମଣ […]
ଆସିକା: ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା, ଆଉ ଜଣଙ୍କୁ ଉଠାଇ ନେଲା ପ୍ରଶାସନ। ନୀତିନ ପ୍ରଧାନ ନାଁରେ ହଇରାଣ ହେଉଛନ୍ତି ନୀଳାଞ୍ଚଳ ପ୍ରଧାନ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ନୀଳାଞ୍ଚଳ ହେଉଛନ୍ତି ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। କିଛି ଦିନ ତଳେ MY GOVT ପକ୍ଷରୁ ନୀତିନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ନୀଳାଞ୍ଚଳଙ୍କ ପାଖକୁ କୋଭିଡ୍ ସମ୍ବନ୍ଧୀୟ ଏକ ମେସେଜ୍ ଆସିଥିଲା। ପ୍ରଶାସନ ତାଙ୍କୁ ନାଁ ପଚାରିବା ପରେ ସେ […]
ନୂଆଦିଲ୍ଲୀ: ସଟ୍ଡାଉନ୍, ଲକ୍ଡାଉନ୍ ଅନ୍ଲକ୍ ଯେତେ ଯାହା କଲେ ବି କରୋନାକୁ ଲଗାମ ଦେଇ ହେଉନାହିଁ। ଦେଶରେ ହୁହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା। ଏବେ ପ୍ରାୟ ପ୍ରତିଦିନ ୨୦ ହଜାର ଲୋକ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ତଥ୍ୟକୁ ମିଶାଇ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ପଞ୍ଚିଛି ୭ ଲକ୍ଷ ୧୯ ହଜାର […]
କଟକ: ପୁଣି କଟକରୁ ବାହାରିଲା କରୋନା। କଟକ ଶିଶୁ ଭବନରୁ ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ SCB ମେଡିକାଲରୁ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧ ମଧ୍ୟରେ ୪ ଜଣ ଆଇସୋଲେସନ୍ ୱାର୍ଡର ଥିବା ବେଳେ ଅନ୍ୟ ୭ ଜଣ ମେଡିକାଲର କର୍ମଚାରୀ ହୋଇଥିବା ସୂଚନା ଦେଇଛି କଟକ ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ଆହୁରି ଶକ୍ତ ହୋଇଛି ପ୍ରଶାସନ। ବାହାରୁ କେହି କଟକ ସହରକୁ […]