• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

accident
ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁଇ ମୃତ

ଉମରକୋଟ : ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଚାଲିଗଲା ଦୁଇଟି ଜୀବନ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟରେ। ଗତକାଲି ରାତିରେ ୟୁଭି-୧ ବଡ଼କୁମାରୀ ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଉମରକୋଟକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିଲେ। ତେବେ ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍...

1
ଆଜି ମହାନବମୀ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ହେଉଛି ମହାନବମୀ ପୂଜା।  ସକାଳେ ମାଆଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତିରେ ପୂଜା କରାଯାଉଛି। ଗତକାଲି ସନ୍ଧିପୂଜା ସହ ପୂଜା ମଣ୍ଡପଗୁଡ଼ିକରେ କନ୍ୟାପୂଜା ହୋଇଯାଇଛି। ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା। ଏଣୁ ସକାଳୁ ସକାଳୁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ଭୁବନେଶ୍ୱର...

17
ଡାଲ୍‌ଖାଇ ନାଚରେ ଦୁଲୁକୁଛି ନୂଆପଡ଼ା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପୁରପଲ୍ଲୀରେ ଡାଲ୍‌ଖାଇ ପର୍ବକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଢୋଲ, ନିଶାନ, ତାସାର ତାଳେ ତାଳେ ଯୁବତୀଙ୍କ ଡାଲ୍‌ଖାଇ ନାଚରେ ଦୁଲୁକୁଛି କୋମନା ଅଞ୍ଚଳ। ଯୁବତୀମାନେ ଦୁଇଦିନ ଧରି ଉପବାସ ରହି ଡାଲ୍‌ଖାଇ ପାଳନ କରିଛନ୍ତି। ଗାଁ ଲୋକେ ଡାଲ୍‌ଖାଇ ଗୀତର ତାଳେ...

16
ତିତ୍‌ଲି ଦେଇଗଲା ଦୁଃଖ; ଏବେବି ଖୋଲା ଆକାଶ ତଳେ ବିତୁଛି ଜୀବନ

ବାଲେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କାଂଶବାଂସ ନଦୀରେ ବନ୍ୟା ଆସିବାରୁ ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି। ବନ୍ୟାରେ କ୍ଷତିଗ୍ରସ୍ତ ଲୋକ ଏବେବି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଏମାନଙ୍କ ପାଖରେ ଏବେ...

12
୨୦ରେ ଭସାଣି; ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଗୋଟିଏ ପଟେ ପୂଜାର ମଜା। ଅନ୍ୟପଟେ ଭସାଣିର ପ୍ରସ୍ତୁତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାକୃତିକ ଜଳାଶୟରେ ବିସର୍ଜନର କଟକଣା ଲାଗିବା ପରେ ଦୁଇ ବର୍ଷ ହେବ କୃତ୍ରିମ ପୋଖରୀ ତିଆରି କରାଯାଉଛି। ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦେବୀଙ୍କ ମୃଣ୍ମୟୀ ପ୍ରତିମା...

6
ବାଲେଶ୍ୱରରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା

ବାଲେଶ୍ୱର: ବାଲେଶ୍ୱରରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ଏହି ସହରରେ ୧୭୫ ବର୍ଷ ତଳେ ମଦନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାଷ୍ଟମୀ ଓ ସନ୍ଧିପୂଜା ଏଠାରେ ସବୁଠୁ ନିଆରା ବୋଲି କୁହାଯାଏ। ମହାନବମୀ ଦିନ ବଙ୍ଗାଳୀ...

3
ଛାତ ଉପରେ ଶୁଖାଗଲା ଲକ୍ଷାଧିକ ଟଙ୍କା!

ଆସ୍କା: ଛାତ ଉପରେ ଶୁଖାଯାଇଛି ଲକ୍ଷ ଲକ୍ଷ ଟଙ୍କା। ଆସ୍କା ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ଉପରେ ନୋଟ୍‌ ଗୁଡ଼ିକ ଶୁଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାତ୍ୟା ତିତ୍‌ଲି ପରେ ହୋଇଥିବା ବନ୍ୟାରେ ବ୍ୟାଙ୍କ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ...

1
ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ହଜାର ହଜାର ପଶୁ ବଳି

କଳାହାଣ୍ଡି: ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଭବାନୀପାଟଣା। ମା’ଙ୍କ ମନ୍ଦିରରୁ ଆଜି ଭୋରରୁ ଜେନାଖାଲ ଅଭିମୁଖେ ବାହାରିବାପରେ ସେଠାରେ ଗୁପ୍ତ ପୂଜା ଓ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା। ଛତର୍‌ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ...