ନୂଆପଡ଼ା: ପୁଣି ଥରେ ଜଣେ ବାବାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଖଡ଼ିଆଳ ପୁଲିସ୍ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭୂତ ଲାଗିଥିବାର ଅଭିଯୋଗ ହୋଇଥିଲା। ଭୂତ ଛଡ଼ାଇବା ପାଇଁ ବସନ୍ତ କୁମାର ବାଗ...
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଜଣେ ବ୍ୟକ୍ତିଙ୍କ ଘର ପଛପଟୁ ୧୮ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ଗାଁ ଲୋକେ ଓ ସାପ ଧରାଳିଙ୍କ ସହାୟତାରେ ପ୍ରଥମେ ଛୁଆ ସାପ ଓ ପରେ ମାଆ ସାପକୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ସମୟରେ ଗୋଟିଏ ସାପ ଛୁଆର...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗାଁରେ ମାଟି ତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ପାର୍ବତୀ ମଲ୍ଲିକ। ତାଙ୍କ ଘର ସେହି ବନ୍ଧସାହି ଗାଁରେ ବୋଲି ଜଣାପଡ଼ିଛି। ପାର୍ବତୀ ୨୦୦୯ ମସିହାରେ ବନ୍ଧସାହି ଗାଁର ଚିତ୍ରସେନ ମଲ୍ଲିକଙ୍କୁ ବିବାହ...
ନୂଆଦିଲ୍ଲୀ: ଏସ୍ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନ ଓମାନ, ଇରାନ୍ ଓ କେନ୍ଦ୍ରୀୟ ଏସିଆ ଆକାଶ ମାର୍ଗ ଦେଇ ଆଜି ବିଶକେକ୍ରେ...
ଭୁବନେଶ୍ୱର: ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବା ସହ ବର୍ଷା ମଧ୍ୟ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ମୟୂରଭଞ୍ଜ, ନୂଆପଡ଼ା,...
ନୂଆଦିଲ୍ଲୀ: ଆଜି ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। କେବଳ ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ଏହି ବାତ୍ୟା ମୁହାଁଇଛି ବୋଲି ଆକଳନ କରାଯାଇଛି। ହେଲେ ଏହାର...
ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି...
ଗାନ୍ଧିନଗର: ଧୀରେ ଧୀରେ ଗୁଜରାଟର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ବାୟୁ’। ବର୍ତ୍ତମାନ ଏହା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି। ସକାଳ ୭ଟା ସୁଦ୍ଧା ‘ବାୟୁ’ ଗୁଜରାଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଉପକୂଳରୁ ୧୩୦ କିଲୋମିଟର ଦୂରରେ ଥିଲା। ଆଜି...
ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼ ଓ ବର୍ଷା ହେବ। ଏପରିକି ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ୨୪ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼,ଜଗତସିଂହପୁର,...
ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବା ଚାପ ବଢ଼ିବାରେ ଲାଗିଛି। ଡିପ୍ଲୋମା ଇଞ୍ଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ପାରମ୍ପରିକ ଅସ୍ତ୍ରଶସ୍ତ୍ର...
ଭୁବନେଶ୍ୱର: ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’। ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ...
ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା କୋଟଗଡ଼ ଗାଁରେ କଙ୍ଗାରୁ କୋର୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଚୋର ଧରିବାକୁ ଗାଁରେ ଖଟ ବୁଲିବା ସହ ଏକ ପରିବାର ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲ୍ରେ ଭର୍ତ୍ତି କରାଯାଇଛି।...
ପାଟନା: ବାପା, ମା’ଙ୍କୁ ହତାଦର କଲେ ମିଳିବ ଦଣ୍ଡ। ଏପରିକି ଜେଲ୍ ମଧ୍ୟ ହୋଇପାରେ। ଏଭଳି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ବିହାର ସରକାର। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ଏ ସଂପର୍କିତ ଏକ ପ୍ରସ୍ତାବ ପାରିତ ହୋଇଛି। ବୃଦ୍ଧ ବାପା, ମା’ଙ୍କ ଠିକ୍ ଭାବେ...