• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ସୁନାବେଡ଼ାରେ ଥିବା HAL ଫାଟକରେ ତାଲା
ସୁନାବେଡ଼ାରେ ଥିବା HAL ଫାଟକରେ ତାଲା

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଥିବା HAL ଫାଟକରେ ତାଲା । ୧୪ ଦଫା ଦାବି ନେଇ ଯୁବ ବିକାଶ ମଞ୍ଚ ଏବଂ ହାଲ୍ ପୋଷ୍ୟ ଗ୍ରାମ୍ୟ ଓ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କରାଯାଇଛି ଆନ୍ଦୋଳନ। ଏଥିପାଇଁ କାରଖାନାର କାମ୍ ଠପ୍ ହୋଇ ଯାଇଛି।...

ବାସର ରାତିରେ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ
ବାସର ରାତିରେ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

ବଲାଙ୍ଗିର : ଧୂମଧାମ୍‌ରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍‌ ସମ୍ପର୍କୀୟ ବି ଯେ ଯାହା ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ଶେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍‌ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ...

ଆସନ୍ତାକାଲିଠୁ ମାଟ୍ରିକ ଖାତା ଦେଖା : ଆଜିଠୁ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ
ଆସନ୍ତାକାଲିଠୁ ମାଟ୍ରିକ ଖାତା ଦେଖା : ଆଜିଠୁ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ।  ତାସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ...

ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା : ଧାରଣାରେ ବସିଲେ ଛାତ୍ରୀ
ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା : ଧାରଣାରେ ବସିଲେ ଛାତ୍ରୀ

ଭୁବନେଶ୍ୱର :  ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା। ତାଲା ପକାଇ ଧାରଣାରେ ବସିଲେ ଶତାଧତ୍କ ଛାତ୍ରୀ। ରମାଦେବୀ କଲେଜର ଅଟୋନୋମସ ବଜାୟ ଦାବିରେ ଛାତ୍ରୀମାନେ ଏହି ଆନ୍ଦୋଳନ କରୁଛନ୍ତି। ବିଶ୍ୱବିଦ୍ୟାଳୟ ପରେ କଲେଜର ଅଟୋନୋମସ ମାନ୍ୟତାକୁ ପ୍ରତ୍ୟାହାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀ। ମୁଖ୍ୟ ଫାଟକରେ...

ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’
ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ‘ବାଜରା ମିଶନ୍’। ରାଜ୍ୟରେ ‘ଓଡ଼ିଶା ମିଲେଟ୍ ମିଶନ’  ଆରମ୍ଭ ହେବା ନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ୍ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି...

ଇସ୍କନ୍ ମନ୍ଦିର ପାଖରେ କାର୍‌ରେ ଲାଗିଲା ନିଆଁ
ଇସ୍କନ୍ ମନ୍ଦିର ପାଖରେ କାର୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ପାଖରେ ଆଜି ଏକ କାର୍‌ରେ ନିଆଁ ଲାଗିଯାଇଛି। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା।  ତେବେ କାର୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ...

ଆସନ୍ତାକାଲିଠୁ ଆରମ୍ଭ ବିଧାନସଭାର ବଜେଟ ଅଧିବେଶନ : କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା
ଆସନ୍ତାକାଲିଠୁ ଆରମ୍ଭ ବିଧାନସଭାର ବଜେଟ ଅଧିବେଶନ : କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଇନର କର୍ଡନ, ଆଉଟର କର୍ଡନ ଏବଂ ଲାର୍ଜ ଆଉଟର କର୍ଡନ ବ୍ୟବସ୍ଥା...

ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ
ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରୁ ଏକ ଉଡନ୍ତା ସାପ ଧରାଯାଇଛି। ଜଣେ ବ୍ୟକ୍ତି ଜଙ୍ଗଲରୁ ଜାଳେଣି କାଠ ଆଣୁଥିବା ବେଳେ ସାପଟି କାଠ ସହ ଚାଲି ଆସିଥିଲା। ଏହାକୁ ଦେଖି ଶିମିଳିପାଳ ଉଦ୍ଧାରକାରୀ ଟିମ୍ ସାପଟିକୁ ଉଦ୍ଧାର କରିଥିଲେ। ଏହି ସାପକୁ ଉଡନ୍ତା ସାପ ବୋଲି...

ପାଣ୍ଡିଆନଙ୍କ ନାଁରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ ବର୍ତ୍ତମାନ ରାଜ୍ୟ ଶାସନର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ  ପାଣ୍ଡିଆନଙ୍କ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ  ଆସିଛି ଏଭଳି ଅଭିଯୋଗ। ଆସ୍କାରେ...

କଟକ ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ : ଓଡ଼ିଆ ମହିଳାଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି
କଟକ ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ : ଓଡ଼ିଆ ମହିଳାଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

କଟକ : ମୟୁରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍‌ମୁଢ଼ି ବିକ୍ରି କଲେ ଚାଲେ ତେଲ ଲୁଣର ସଂସାର। ପେଟକୁ ଦି’ମୁଠା ଦାନା ମିଳେ। ସେ ଏକ ଅଜଣା, ଅଚିହ୍ନା ଚେହେରାଟିଏ। ହେଲେ ଏହି ମାମୁଲି ଚେହେରା ଆଜି ଚର୍ଚ୍ଚାରେ। ଦେଶର ପ୍ରଥମ ନାଗରିକଙ୍କ ମୁହଁରେ...

ପୁରୀ ରଥ ଯାତ୍ରା : ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ଆସିଲା ରଥକାଠ
ପୁରୀ ରଥ ଯାତ୍ରା : ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ଆସିଲା ରଥକାଠ

ପୁରୀ : ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩...

ନିଖୋଜ ଯୁବକଙ୍କ ଗଳିତ ଶବ ପୋଲ ତଳୁ ଉଦ୍ଧାର
ନିଖୋଜ ଯୁବକଙ୍କ ଗଳିତ ଶବ ପୋଲ ତଳୁ ଉଦ୍ଧାର

ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥର କୁଆରମୁଣ୍ଡା ହରିହରପୁର ପୋଲ ତଳୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ଅର୍ଜୁନ ଗୋପ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡରେ ପିଏଲ୍ଏଫ୍ଆଇର ହାତ ଥିବା ସନ୍ଦେହ...

ଯୁବ ଠିକାଦାରଙ୍କୁ ଖଣ୍ଡାରେ ହାଣି ହତ୍ୟା
ଯୁବ ଠିକାଦାରଙ୍କୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ  : ଯୁବ ଠିକାଦାରଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍‌। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏସ୍‌ ନୂଆଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗାଁର ଯୁବ ଠିକାଦାର ପୀତବାସ ମଳିକ ଘରକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ...

ପୁଣି ଜୋର ଧରିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି
ପୁଣି ଜୋର ଧରିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି । ଏହି ଦାବିରେ ଆଜି ରାସ୍ତାରୋକ କରିଥିଲେ ରମାଦେବୀ ଛାତ୍ରୀ। ତାସହ ରମାଦେବୀରେ ପୁଣି ଥରେ ଅଟୋନୋମସ୍ ଲାଗୁ ପାଇଁ ଦାବି କରିଛନ୍ତି ଛାତ୍ରୀ। ରମାଦେବୀ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଏହି ଶିକ୍ଷାନୁଷ୍ଠାନର...

ନିଆରା ନିଶା : ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରି ଚର୍ଚ୍ଚାରେ ଏହି ଯୁବକ
ନିଆରା ନିଶା : ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରି ଚର୍ଚ୍ଚାରେ ଏହି ଯୁବକ

ଭୁବନେଶ୍ୱର : ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ...

ବାଂଲା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ : ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍
ବାଂଲା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ : ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ବାଂଲା ରସଗୋଲାକୁ GI ବା ଭୌଗଳିକ ଉତ୍ପତ୍ତି ମାନ୍ୟତା ମିଳିବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍। ମାନ୍ୟତା କାହିଁକି ପ୍ରତ୍ୟାହାର କରାନଯିବ ସେନେଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରାଯାଇଛି। GI ମାନ୍ୟତା ପଞ୍ଜିକରଣ ହେଉଥିବା ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ପକ୍ଷରୁ...

ବିଜୁ ଏକ୍ସପ୍ରେସ୍‌ ୱେରେ ଟୋଲ୍ ଆଦାୟକୁ ବିରୋଧ : ୧୦ ନମ୍ବର ରାଜ୍ୟ ରାଜପଥର କେବଳ ଉନ୍ନତିକରଣ ହୋଇଥିବାରୁ ପୁଣି କାହିଁକି ଟୋଲ୍ ବୋଲି ଲୋକଙ୍କ ପ୍ରଶ୍ନ
ବିଜୁ ଏକ୍ସପ୍ରେସ୍‌ ୱେରେ ଟୋଲ୍ ଆଦାୟକୁ ବିରୋଧ : ୧୦ ନମ୍ବର ରାଜ୍ୟ ରାଜପଥର କେବଳ ଉନ୍ନତିକରଣ ହୋଇଥିବାରୁ ପୁଣି କାହିଁକି ଟୋଲ୍ ବୋଲି ଲୋକଙ୍କ ପ୍ରଶ୍ନ

ସୁନ୍ଦରଗଡ଼ : ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସନକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାରଗିକ କମିଟିର ବିରୋଧ। ପ୍ରତିବାଦ ଜଣାଇବା ଲାଗି ନାଗରିକ କମିଟି ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। କମିଟିର ଯୁକ୍ତି ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲ।। ଜିଲ୍ଲାବାସୀ...

ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା ପଡିଲା ମହଙ୍ଗା : ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ
ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା ପଡିଲା ମହଙ୍ଗା : ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ

ପୁରୀ : ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ଜିଲା ଚନ୍ଦନପୁର ଅଂଚଳରେ। ସୂଚନାଧିକାର କର୍ମୀ ବାବି ଜେନା ହନ୍ତୁକ ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ସୂଚନା ଆଇନ...

ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ
ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ

ନବରଙ୍ଗପୁର : ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚିବାରୁ ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଥିବା ସ୍କୁଲ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଆଜି ସକାଳ ୭ଟାରୁ ୮ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ...

ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ
ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ

ସମ୍ବଲପୁର: ବନାବିରା ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ। ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ରାଜନୈତିକ ଉଦ୍ଦେଶ୍ୟ ରଖି ଜୟନାରାୟଣଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିବା ସହ...