ବ୍ୟବସାୟରେ ଭାଗୀଦାରୀ ମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯାଇ କାରବାରରେ କୁଶଳତାକୁ ଆଧାର କରି ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ ।
ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ, ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଅସ୍ଥିରତା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି । ଅଫିସରେ କିମ୍ବା ସଭା ସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଅପ୍ରିୟ ସତ୍ୟ ଭାଷଣ ସାଙ୍ଗକୁ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବେ । ଭୁଲ ବୁଝାମଣା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ । ଶେୟାର ବଜାର କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ । ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ ।
ପ୍ରତିକାର- କୈାଣସି ଧର୍ମ ସ୍ଥାନରେ କିଛି ଦାନ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧