ବ୍ୟବସାୟରେ ଭାଗୀଦାରୀ ମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯାଇ କାରବାରରେ କୁଶଳତାକୁ ଆଧାର କରି ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ ।
ପାରିବାରିକ ଜୀବନ ଆନନ୍ଦରେ କଟିବ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । କର୍ମ କ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ । ରାଜନୀତି, ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ । ଦୂରାଗତ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ । କେତେକ ସମସ୍ୟା ପାଇଁ ନିଜକୁ କିଛି କରିବାକୁ ପଡିପାରେ । ଅଫିସ ରେ କେତେକ ଅଟକି ରହିଥିବା ଫାଇଲ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ ।
ପ୍ରତିକାର- ଶିବଙ୍କ ଉପରେ ବେଲପତ୍ର ଚଢାନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨