ଏହି ସପ୍ତାହରେ ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ । ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ,ଏହି ସପ୍ତାହରେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ଆଶା ପୂରଣ ହୋଇପାରେ
ଜୀବନ ସାଥୀଙ୍କ ସହିତ ଖୁସିରେ ସମୟ ବିତାଇବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ । ଜାଗା, ଜମି ଆଦି କ୍ରୟ କରିବାର ସୁଯୋଗ ଅଛି । ନିଜର ଆଚରଣ ବା କଥା କହିବା ଉପରେ ଧ୍ୟାନ ରଖନ୍ତୁ । ଗୁରୁଜନ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ନିତ୍ୟାନ୍ତ ଆବଶ୍ୟକ । ଯଦି ପୂର୍ବରୁ କୈାଣସି ବ୍ୟକ୍ତିଙ୍କ ସହ ବାଦ ବିବାଦ ହୋଇଥାଏ , ତାହା ମଧ୍ୟ ସମାଧାନ ହୋଇଯିବ ।
ପ୍ରତିକାର- “ଓଁ ହ୍ଲୀଂ ହ୍ଲୀଂ ସୂର୍ୟ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧