ଏହି ସପ୍ତାହରେ ସାହିତ୍ୟ ଓ କଳା କ୍ଷେତ୍ରରେ ସମ୍ମାନ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା କରିପାରନ୍ତି । ଏହି ସପ୍ତାହରେ ଜୀବନ ସାଥୀଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ିବେ ।
ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ଅଫିସ୍ ରେ ଅଟକି ରହିଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଛାତ୍ରଛାତ୍ରି ମାନେ କଠିନ ପରିଶ୍ରମ କରିବା ସହିତ ପ୍ରତିଯୋଗିତା ପରିକ୍ଷାରେ ଭଲ କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ । ମନକୁ ଆଘାତ ଲାଗିଲା ପରି କଥା ଶୁଣି ପାରନ୍ତି ।
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮