ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ । ରାଜନୀତିରେ ସଫଳତା ପାଇପାରନ୍ତି । ଠିକ ସମୟରେ କାମ ଆରମ୍ଭ କରନ୍ତୁ ସଫଳତା ପାଇବେ ।
ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖାଦେଇପାରେ । ଅନ୍ୟମାନଙ୍କ ବିଶ୍ୱାସଘାତକତା ମାନସିକ ସ୍ତରରେ ବହୁ କ୍ଷତି ଘଟାଇପାରେ । ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ପ୍ରଭୂତ କ୍ଷତି ହୋଇପାରେ , ତେଣୁ ସାବଧାନ ରହିବା ଉଚିତ୍ । ଅଭାବ ଅସୁବିଧା କିଛି ମାତ୍ରାରେ କମ ରହିବାର ଦେଖାଦେବ । ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ ।
ପ୍ରତିକାର – ଓଁ ଗ୍ରାଂ ଗ୍ରୀଂ ଗୈା ସଃ ଗୁରବେ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩