ସାମାଜିକ କ୍ଷେତ୍ରରେ ନିଜର ପରାକ୍ରମ ଓ ପ୍ରଭାବ ବଢିବ । ଶିକ୍ଷାକ୍ଷେତ୍ରରେ ରୁଚି ପାଇବା ସହ ପରୀକ୍ଷା ପରିଣାମ ଅନୁକୂଳ ହେବ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ।
ବ୍ୟବସାୟରେ ଶତ୍ରୁମାନେ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡିକରେ ସମସ୍ୟା ସମାଧାନ ହୋଇଯିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଯଶସ୍ୱୀ ହେବେ ।
ପ୍ରତିକାର- ଗୁରୁଜନମାନଙ୍କ ଚରଣ ସ୍ପର୍ଶ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨