ଏହି ସପ୍ତାହରେ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ। ଏହି ସପ୍ତାହରେ ଭୂମି କ୍ରୟର ସୁଯୋଗ ଆସିପାରେ ।
ମାନସିକ ଶାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ମନ ପ୍ରସନ୍ନ ରହିବ । ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ । କାର୍ଯ୍ୟହାସଲ ସକାଶେ ବିଶେଷ ଅର୍ଥ ବ୍ୟୟ କରି ଦୁଃଖିତ ହେବେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣା, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ । ବ୍ୟବସାୟ, ପରିବହନରେ ଉନ୍ନତି ପରିଲକ୍ଷିତ ହେବ । ହାତକୁ ନେଇଥିବା କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ ।
ପ୍ରତିକାର- ପ୍ରତିଦିନ ନିଜ ମାତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨