ଏହି ସପ୍ତାହରେ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ। ଏହି ସପ୍ତାହରେ ଭୂମି କ୍ରୟର ସୁଯୋଗ ଆସିପାରେ ।
କର୍ମକ୍ଷେତ୍ରରେ କାର୍ୟ୍ୟ ପରିସର ବୃଦ୍ଧି ଫଳରେ ଗୁଡ଼ିଏ କାମ ହାତକୁ ନେଇ ଟେନ୍ସନରେ ରହିବେ । କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ପାଇଲେ ମଧ୍ୟ ଆଶଙ୍କା ମଧ୍ୟରେ ଗତି କରିପାରନ୍ତି । ପାରିବାରିକ ସ୍ଥିତି ମନ୍ଦ ହେବନି, କିନ୍ତୁ ସାମୟିକ ମତାନ୍ତର ଘଟିବ । ବ୍ୟବସାୟିକ ଉତ୍କର୍ଷ, ବିବାଦୀୟ ପରିସ୍ଥିତିର ଶିଥିଳତାରୁ ଆଶ୍ୱସ୍ତି ମିଳିବ । ଶତୃମାନଙ୍କ ସହ ମିତ୍ରତା ଭାବ ସ୍ଥାପନ କରିବା ପାଇଁ ପ୍ରୟାସରତ ରହିବେ । ସଭାସମିତି, ଆନୁଷ୍ଠାନିକ କାମ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସା ମିଳିବ ।
ପ୍ରତିକାର- ଶନିଦେବଙ୍କର ବୀଜମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮