• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Dec 2023 : ସାବଧାନ୍‌! ବିଶ୍ୱାସୀ ଲୋକ ଧୋକା ଦେଇପାରନ୍ତି...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଚନ୍ଦ୍ର- ବିଛା ଦିବା ୧୧.୦୪ ଗତେ ଧନୁ । ତିଥି- ପ୍ରତିପଦ ରାତ୍ରି ୦୩.୦୯ ଗତେ ୨ୟା । ଘାତଚନ୍ଦ୍ର- ଦିବା ୧୧.୦୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୦୩.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

Capricorn

ମକର

Wednesday 13 Dec 2023

ଉ,ଷାଢା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ଦାମ୍ପତ୍ୟ ଜୀବନରେ ସମାନ୍ୟ ତିକ୍ତତା ଦେଖାଦେଇପାରେ ।

ଶ୍ରବଣା- କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ । ଶତୃମାନେ ମିତ୍ରପରି ବ୍ୟବହାର କରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତକରିବା ଉଚିତ୍ ।

ଧନିଷ୍ଠା- ରାଜନିତି କ୍ଷେତ୍ରରେ କୌଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଶତୃମାନେ ପୁନରାୟ ପଛରେ ଲାଗି ଯାଇପାରନ୍ତି ।

ପ୍ରତିକାର – ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :