ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଚନ୍ଦ୍ର- ବିଛା ଦିବା ୧୧.୦୪ ଗତେ ଧନୁ । ତିଥି- ପ୍ରତିପଦ ରାତ୍ରି ୦୩.୦୯ ଗତେ ୨ୟା । ଘାତଚନ୍ଦ୍ର- ଦିବା ୧୧.୦୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୦୩.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ମଘା- ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ ପାରିବାରିକ କଷ୍ଟ ଦୂର ହୋଇପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି ।
ପୂ,ଫାଲଗୁନି- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ଉ,ଫାଲଗୁନି- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧