ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଦିବା ୦୪.୨୦ ଗତେ ଧନୁ, ତିଥି- ୮ମୀ ଦିବା ୦୮.୪୯ ଗତେ ୯ମୀ, ଘାତଚନ୍ଦ୍ର- ଦିବା ୦୪.୨୦ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ବିଶାଖା- କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହେବେ, ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ । ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବନ୍ଧୁ ମାନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମନ ସୁଯୋଗ ଜୁଟିବ ।
ଅନୁରାଧା- କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇ ସମସ୍ୟାକୁ ନିୟନ୍ତ୍ରଣ କରିପାରନ୍ତି ।
ଜ୍ୟେଷ୍ଠା- ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଧନହାନି ଘଟିପାରେ ।
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯