ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୪ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ଦଶମୀ ଦିବା ୦୪.୧୪ ଗତେ। ଏକାଦଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।
ଉ, ଷାଢା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ । ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ୟ୍ୟକୁ ଏକାଗ୍ରତା ସହ ତୁଲାଇବେ।
ଶ୍ରବଣା- ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ । ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିଯାଇ ପାରନ୍ତ॥
ଧନିଷ୍ଠା- ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ର ଓ ଅଦାଲତର ରାୟ ସପକ୍ଷରେ ଯିବ।
ପ୍ରତିକାର – ମା ମଙ୍ଗଳାଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮