• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th July 2023: ସାବଧାନ ! ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ଦେଖାଦେବ ସମସ୍ୟା

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର ଚନ୍ଦ୍ର - ବିଛା ଅହୋରାତ୍ର । ତିଥି - ୧୧ଶୀ ଦିବା ୦୧.୦୫ ଗତେ ୧୨ଶୀ । ଘାତ ଚନ୍ଦ୍ର – ରାତ୍ରି ୧୧.୩୩ ଗତେ ତୁଳା, କୁମ୍ଭ । ଘାତ ବାର - ବୃଷ, ସିଂହ ଓ କନ୍ୟା ।

Cancer

କର୍କଟ

Saturday 29 Jul 2023

ପୁନର୍ବସୁ- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିର ଅବସ୍ଥା ଲାଗି ରହିବ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ ।

ପୁଷ୍ୟା- ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।

ଅଶ୍ଳେଷା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ । ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବା ଉଚିତ୍ । ମାଲିମକଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ