• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th July 2023: ସାବଧାନ ! ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ଦେଖାଦେବ ସମସ୍ୟା

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର ଚନ୍ଦ୍ର - ବିଛା ଅହୋରାତ୍ର । ତିଥି - ୧୧ଶୀ ଦିବା ୦୧.୦୫ ଗତେ ୧୨ଶୀ । ଘାତ ଚନ୍ଦ୍ର – ରାତ୍ରି ୧୧.୩୩ ଗତେ ତୁଳା, କୁମ୍ଭ । ଘାତ ବାର - ବୃଷ, ସିଂହ ଓ କନ୍ୟା ।

Gemini

ମିଥୁନ

Saturday 29 Jul 2023

ମୃଗଶିରା - ରୋଗୀ ମାନଙ୍କ ଅସୁସ୍ଥତା କମି ଯାଇପାରେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ପାରିବାରିକ ପରିବେଶ ଅତ୍ୟନ୍ତ ଆନନ୍ଦଦାୟକ ହେବ ।

ଆଦ୍ରା - ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ । ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡ଼ିକ ହଟିଯିବ ।

ପୁନର୍ବସୁ - ଦୂର ଜାଗାକୁ ସ୍ଥାନାନ୍ତର ହେଲେ ମଧ୍ୟ ସମ୍ମାନ ଓ ପଦବୀରେ ଉନ୍ନତି ଆସିବ । ପୁରୁଣା ଋଣ ପରିଶୋଧ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର - ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ