ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର - କୁମ୍ଭ ରାତ୍ରି ୦୮.୨୮ ଗତେ ମୀନ । ତିଥି - ୧୪ ଶୀ ସନ୍ଧ୍ୟା ୦୬.୪୯ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ରାତ୍ରି ।୦୮.୨୮ ଗତେ ଧନୁ । ଘାତ ବାର - ତୁଳା ଓ କୁମ୍ଭ
ମୃଗଶିରା- ପରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ଅବସ୍ଥା ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କଠୁ ନୂଆ ସ୍ରୋତ ମିଳିପାରେ ।
ଆଦ୍ରା- ଧାର୍ମିକ ଚିନ୍ତାରୁ ଲାଭ ପାଇବେ । ଧୈର୍ଯ୍ୟ ସହ କାର୍ଯ୍ୟ କଲେ ସଫଳତା ହାସଲ କରିବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗୀତା ପରିକ୍ଷାରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ଶତୃମାନଙ୍କ ଠାରୁ ଦୂରେଇ ରହିବା ଭଲ ।
ପୁନର୍ବସୁ- ଦୂର ଯାତ୍ରରେ ଲାଭ ପାଇ ପାରନ୍ତି । ଚାକିରୀରେ ସମ୍ମାନ ମିଳିବ । ଅଜଣାତରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ସୁସ୍ୱାଦୁ ଭୋଜନ କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ