• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th September 2023: ଏହି ରାଶିର ବ୍ୟକ୍ତି ବିଶେଷ ଆଜି ସାବଧାନ ରୁହନ୍ତୁ, ନଚେତ୍‌...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର - କୁମ୍ଭ ରାତ୍ରି ୦୮.୨୮ ଗତେ ମୀନ । ତିଥି - ୧୪ ଶୀ ସନ୍ଧ୍ୟା ୦୬.୪୯ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ରାତ୍ରି ।୦୮.୨୮ ଗତେ ଧନୁ । ଘାତ ବାର - ତୁଳା ଓ କୁମ୍ଭ

Scorpio

ବିଛା

Thursday 28 Sep 2023

ବିଶାଖା- ପାରିବାରିକ ସମସ୍ୟା ବୁଝାମଣା ଭିତରେ ସମାଧାନ ହେବ । ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୁର୍ଣ୍ଣ ହେବ ନାହିଁ । ଆର୍ଥିକ ଦିଗରୁ ଉପକୃତ ହେବେ । 

ଅନୁରାଧା- କୌଣସି କାମରେ ତରବର ହେଲେ ଅସୁବିଧାରେ ପଡିପାରନ୍ତି । ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନଲୁ ଚହଲାଇ ଦେବ ।  ରାଜନୀତିରେ ସଫଳତା ମିଳିବ । 

ଜ୍ୟୋଷ୍ଠା- ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି । କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । 

ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ