• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th September 2023: ଏହି ରାଶିର ବ୍ୟକ୍ତି ବିଶେଷ ଆଜି ସାବଧାନ ରୁହନ୍ତୁ, ନଚେତ୍‌...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର - କୁମ୍ଭ ରାତ୍ରି ୦୮.୨୮ ଗତେ ମୀନ । ତିଥି - ୧୪ ଶୀ ସନ୍ଧ୍ୟା ୦୬.୪୯ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର - ମିଥୁନ ଓ ମୀନ ରାଶିର ରାତ୍ରି ।୦୮.୨୮ ଗତେ ଧନୁ । ଘାତ ବାର - ତୁଳା ଓ କୁମ୍ଭ

Pisces

ମୀନ

Thursday 28 Sep 2023

ପୂ, ଭାଦ୍ରପଦ- ନିଜର ପ୍ରଭାବ ଓ ପରାକ୍ରମ ବଢିବାସହ ପ୍ରଶଂସିତ ହେବେ । ଜନସେବାରେ ନିଜକୁ ନିୟୋଜିତ କରି ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିପାରେ । 

ଉ, ଭାଦ୍ରପଦ- ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବା ଫଳରେ ଉପରିସ୍ଥଙ୍କ କୃପାଭାଜନ ହେବେ । ଆୟକୁ ଚାହିଁ ବ୍ୟୟ ଅଟକଳ ନ କଲେ ଲୋକହସା ହେବେ । 

ରେବତୀ- ବାଦବିବାଦ ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି । ବିଳାସ ବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । 

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତ