• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Nov 2023: ଉଚ୍ଚ ପଦବୀ ପାଇବାରେ ସଫଳ, ପରିବାରରେ ନୂତନ ସଦସ୍ୟଙ୍କ ଆଗମନ

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର, ଚନ୍ଦ୍ର- ବୃଷ ରାତ୍ରି ୦୧.୪୧ ଗତେ ମିଥୁନ, ତିଥି- ପ୍ରଦିପଦ ଦିବା ୦୨.୦୫ ଗତେ ୨ୟା, ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୧.୪୧ ଗତେ କନ୍ୟା ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Gemini

ମିଥୁନ

Tuesday 28 Nov 2023

ମୃଗଶିରା- ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ଥିବା ମତାନ୍ତର ତୁଟିଯିବ । ସ୍ୱାସ୍ଥ୍ୟ ସମସ୍ୟାକୁ ଅବହେଳା କରିବା ପାଇଁ ବାଧ୍ୟ ହୋଇପଡିବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଆଦ୍ରା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ ।

ପୁନର୍ବସୁ- ଆୟରଉତ୍ସ ବୃଦ୍ଧି ପାଇବା ଫଳରେ , ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର‌୍ୟ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :