• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th April 2023: ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆଜି ଧନପ୍ରାପ୍ତିର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ, ଅହୋରାତ୍ର ତିଥି – ୭ମୀ, ଦିବା ୦୧.୩୯ ଗତେ ୮ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି ଓ ଅନ୍ନ - ତିଳକାଞନ ଦାନ ପ୍ରାତଃ ୦୬.୫୯ ଗତେ ୧ ପାଦ

Leo

ସିଂହ

Thursday 27 Apr 2023

ମଘା - ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୈାଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହି ଲାଭବାନ୍ ହେବେ ।

ପୂ- ଫାଲ୍‌ଗୁନୀ - କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇପାରନ୍ତି ।

ଉ- ଫାଲ୍‌ଗୁନୀ - ସମ୍ପତି ଲାଭ ହୋଇପାରେ । ମହିଳା ମାନେ ଯୋଗ୍ୟ ପ୍ରତିପାଦିତ ହେବେ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିପାରେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :