• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th September 2023: ଧନ ପ୍ରାପ୍ତି ସହ ଶୁଭ ଖବର ମିଳିପାରେ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧ ପାଦ କୃଷିହାନି- ତିଳକାଞ୍ଚନ ଦାନ ଦିବା ୧୧.୫୩ ପର୍ଯ୍ୟନ୍ତ, ନିଶାନ୍ତ ୦୫.୦୧ ଗତେ  ୧ ପାଦ ପଶୁସମ୍ପଦ ନାଶ- ଅନ୍ନଦାନ

Virgo

କନ୍ୟା

Monday 25 Sep 2023

ଉ- ଫାଲ୍‌ଗୁନୀ - ପରିବାରରେ ସୁଖ ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ୱାର୍ଥତ୍ୟାଗ ଜରୁରୀ ହୋଇପାରେ । ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିଜନ ସହିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।

ହସ୍ତା - ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ । ରାଜନୀତିରେ କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ ।

ଚିତ୍ରା - ସାମାଜିକ ସ୍ତରରେ ଜନମଙ୍ଗଳ କାର‌୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଜମିଜମା, ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :