• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th September 2023: ଧନ ପ୍ରାପ୍ତି ସହ ଶୁଭ ଖବର ମିଳିପାରେ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧ ପାଦ କୃଷିହାନି- ତିଳକାଞ୍ଚନ ଦାନ ଦିବା ୧୧.୫୩ ପର୍ଯ୍ୟନ୍ତ, ନିଶାନ୍ତ ୦୫.୦୧ ଗତେ  ୧ ପାଦ ପଶୁସମ୍ପଦ ନାଶ- ଅନ୍ନଦାନ

Aquarius

କୁମ୍ଭ

Monday 25 Sep 2023

ଧନିଷ୍ଠା - ଘରେ ଅନେକ ସମୟରେ ଅଶନ୍ତି ଲାଗିରହିବ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଘଟିବ । ଚାଲୁ ରହିଥିବା କୌଣସି ବ୍ୟବସାୟକୁ ବନ୍ଦ କରିବାକୁ ଚେଷ୍ଟା କରିବେ । ପିଲାମାନଙ୍କର ଅବାଧ୍ୟତା ଆପଣଙ୍କୁ ବ୍ୟଥିତ କରିବ ।

ଶତଭିଷା - ରାଜନୀତିରେ ପ୍ରତିଯୋଗିତା ଅଧିକ ସଂଘର୍ଷ ପୂର୍ଣ୍ଣ ହେବ । ବାଲ୍ୟ ବନ୍ଧୁଙ୍କ ସହିତ ଦେଖା ହୋଇ ଅଧିକ ଖୁସି ଅନୁଭବ କରିବେ । କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି ରହିଛି ।

ପୂ, ଭାଦ୍ରପଦ - କୌଣସି ନିକଟ ସମ୍ପର୍କୀୟଙ୍କ ସମ୍ପତ୍ତି କମ୍ ମୂଲ୍ୟରେ ପାଇପାରନ୍ତି । ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ପ୍ରକାଶ କରିବେ । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :