• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th September 2023: ଧନ ପ୍ରାପ୍ତି ସହ ଶୁଭ ଖବର ମିଳିପାରେ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧ ପାଦ କୃଷିହାନି- ତିଳକାଞ୍ଚନ ଦାନ ଦିବା ୧୧.୫୩ ପର୍ଯ୍ୟନ୍ତ, ନିଶାନ୍ତ ୦୫.୦୧ ଗତେ  ୧ ପାଦ ପଶୁସମ୍ପଦ ନାଶ- ଅନ୍ନଦାନ

Pisces

ମୀନ

Monday 25 Sep 2023

ପୂ, ଭାଦ୍ରପଦ - ବାକି ପଡିଥିବା ଅର୍ଥକୁ ପାଇବେ । ନିଜର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବେ । କର୍ମକ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ । ପ୍ରେମିକା ପ୍ରେମିକ ମାନେ ନିକଟତା ହୋଇପାରନ୍ତି ।

ଉ, ଭାଦ୍ରପଦ - ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରେ ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ଅଧିକ ଘନିଷ୍ଠ ହେବ । ନିଜର ମନ ପସନ୍ଦର ଖାଦ୍ୟ ଖାଇବେ ।

ରେବତୀ - ମହିଳା ମାନେ ସ୍ୱାବଲମ୍ବୀ ହେବେ । ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସୁଧାର ଆସିବ । ନିଜର ଜମିବାଡି ବିକ୍ରୟ କରି ପାଇଥିବା ଅର୍ଥ କୁ ଅନ୍ୟ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି ।

ପ୍ରତିକାର - ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :