ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ବିଶାଖା- ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଆମଦାନି ବୃଦ୍ଧି ହେବାର ସମ୍ଭାବନା ରହିଛି । କୈାଣସି କାର୍ୟ୍ୟରେ ସାହାସିକ ପଦକ୍ଷପ ନେବେ ।
ଅନୁରାଧା- ରାଜନୀତିରେ ଚାପରେ ଗତିକରିବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଜ୍ୟେଷ୍ଠା- ମାଲିମକନ୍ଦମାରେ ପରାଜୟ ଶିକାର କରିବାକୁ ପଡିବ । ମହିଳା ମାନେ ଚିନ୍ତାରେ ସମୟ ଅତିବାହିତ କରିବେ । ଭାଗ୍ୟଦୋୟ ହେବାର ସୁଯୋଗ ଆସିପାରେ ।
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯