ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ମୃଗଶିରା- ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ୟ୍ୟ ଉତ୍ସାହପୂର୍ଣ୍ଣ ହେବ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । କାର୍ୟ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ ।
ଆଦ୍ରା- ଭାଇ ଭଉଣୀ ପାଇଁ ପାରିବାରିକ ଶାନ୍ତି କେତେକାଂଶରେ ଦେଖାଦେବ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତ କରି ଉଚିତ୍ କାର୍ୟ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ ।
ପୁନର୍ବସୁ- ମହିଳା ମାନେ ଆନନ୍ଦମୟ ମୁହୂର୍ତ କାଟିବେ । ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ ।
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫