ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୫ମୀ ରାତ୍ରି ୦୭.୫୪ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି
ଉ , ଫାଲଗୁନୀ – ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ମାଙ୍ଗଳିକ କାର୍ୟ୍ୟର ଆୟୋଜନ କରି ପାରିବେ
ହସ୍ତା – ବ୍ୟବସାୟୀମାନେ ବିଶେଷ ଲାଭବାନ୍ ହେବେ । ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବ
ଚିତ୍ରା – କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ନିଜର କାର୍ୟ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ।
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫