ପ୍ରଶ୍ନ ଉଠୁଛି, ହତ୍ୟା ତୁଳନାରେ କାହିଁକି ଅଧିକ ରହୁଛି ଆତ୍ମହତ୍ୟା? ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା ।
ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ ।