ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ ।
ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ଏଥିରେ ସୁଧାର ଆଣିବା ଲାଗି ଖରା ଛୁଟିକୁ କମାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।