• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଷା ନାହିଁ ଚାଷୀ ହତାଶ । ଶୁଖିଲା ପଡିଛି ଚାଷ ଜମି । ତଥାପି ଆଶା ଆଶଙ୍କାରେ ଭଗବାନଙ୍କୁ ଭରସା କରି ଚାଷୀ ଧାନ ବୁଣୁଛି । ଆଉ ବିଲରେ ହଳ ମଧ୍ୟ କରୁଛି । ଚଳିତ ବର୍ଷ ମୋସୁମୀ ବର୍ଷା ଅଭାବରୁ କେନାଲରେ ପାଣି ଆସିନଥିବାରୁ ଯାହା ଫଳରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ଆଶଙ୍କାରେ ରହିଛି । କପ୍ତିପଦା ଉପଖଣ୍ଡର ଉଦଳା, ଖୁଣ୍ଟା ଏବଂ ଗୋପବନ୍ଧୁ ନଗର ଭଳି ଅଞ୍ଚଳର ୭୦%ଚାଷୀ ଧାନ ନବୁନି ବର୍ଷା ଅପେକ୍ଷାରେ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଆଗାମୀ ୫ ଦିନ ଯାଏଁ କାଁ ଭାଁ ବର୍ଷା; ଚାଷୀଙ୍କୁ ଘାରିଲାଣି ଚାଷ ଚିନ୍ତା...

ଖୁଣ୍ଟା ବ୍ଲକର ଚାଷୀ ଭୁତାଣୁ ମୁର୍ମୁ ଛୋଟ ବେଳୁ ଚାଷ ବାସ କରନ୍ତି । ଚଳିତ ବର୍ଷ ୩ଏକର ଜମିରେ ଧାନ ଚାଷ କରିବାକୁ ସେ ଲକ୍ଷ ରଖିଥିଲେ । ସେଥିପାଇଁ ଧାନତଳି ମଧ୍ୟ ପକାଇଥିଲେ । ହେଲେ ବର୍ଷା ନହେବାରୁ ଚାଷ ପାଇଁ ଚିନ୍ତାରେ ଅଛନ୍ତି । ସେହିପରି ଯୁବ ଚାଷୀ ଗଦାଧର ଟୁଡୁ ଚାକିରି ନପାଇ ଚାଷବାସରେ ମନ ବଳାଇଥିଲେ । କିନ୍ତୁ ଚଳିତ ବର୍ଷ ୨ଏକର ଜମିରେ ଚାଷ କରିବାକୁ ଲକ୍ଷ ରଖିଥିଲେ । ହେଲେ ବର୍ଷା ନିଅଣ୍ଟିଆ ହେବାରୁ ଚିନ୍ତାରେ ରହି ଚାଷ କାମ ଆରମ୍ଭ କରିଛନ୍ତି।

ତେବେ ଚାଷୀମାନଙ୍କ ପାଇଁ ସୋନ ଏବଂ କାଳ ଡ୍ୟାମ ଖୋଲି କେନାଲରେ ପାଣି ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ବର୍ଷା ନହେଲେ ଖାଲି କପ୍ତିପଦା ଉପଖଣ୍ଡ ଚାଷୀ ନୁହଁ ୨୬ଟି ବ୍ଲକର ଚାଷୀ ପ୍ରଭାବିତ ହେବେ । ଏନେଇ ସରକାରଙ୍କ ଶହ ଆଲୋଚନା କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା କହିଛନ୍ତି।

ଅଧିକ ପଢ଼ନ୍ତୁ: ନିଦ ହଜାଇଛି ନିଅଣ୍ଟିଆ ବର୍ଷା, କେମିତି ହେବ ଫସଲ ଚିନ୍ତାରେ ଚାଷୀ

ଚଳିତ ବର୍ଷ ବର୍ଷା ଅଭାବରୁ ଚାଷୀ ଚିନ୍ତାରେ ରହିଛି । ଯଦି ଆଗକୁ ବର୍ଷା ନହୁଏ ତେବେ ଚାଷ ଉପରେ ପ୍ରଭାବ ପଡିବା ସହିତ ମରୁଡ଼ି ଦେଖା ଦେବାର ସମ୍ଭାବନା ରହିଛି ।

(ରିପୋର୍ଟ- ମୟୂରଭଞ୍ଜ ଉଦଳାରୁ ରବୀନ୍ଦ୍ର ନାୟକ)

OTV is now on Whatsapp

Join and get latest news update delivered to you via whatsapp

Join Now