ବିଦ୍ୟୁତ୍ ଖୁଣ୍ଟରେ ଲାଗିଛି ପୁଳାପୁଳା ଅଭିଯୋଗର ହୋର୍ଡିଂ । ଯେବେ ସାଧାରଣ ଜନତା ନିଜ ହକରୁ ବଞ୍ଚିତ ହୁଏ ଏମିତି ଉଠେ ପ୍ରତିବାଦର ସ୍ୱର । ସରକାରଙ୍କ ମାଳମାଳ ଯୋଜନା ଯେବେ ଲୋକଙ୍କ ନିକଟରେ ନ ପହଞ୍ଚେ ସାଧାରଣ ଲୋକମାନେ ମାଗନ୍ତି ଏମିତି ଜବାବ ।
ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫଳ ଶୂନ। ଜିଲ୍ଲାପାଳଙ୍କ ଠାରୁ ରାଜନେତା ଯାଏ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି ରାସ୍ତା ନିର୍ମାଣ ହେବ, ହେଲେ ସପନ ଭାଙ୍ଗି ଭାଙ୍ଗି ଯାଉଛି।ଏବେ ବି ରାସ୍ତା ଅପେକ୍ଷାରେ ରହିଛନ୍ତି ଲୋକେ...
ଗାଁକୁ ରାସ୍ତା ନାହିଁ । ଆଣ୍ଠୁଏ କାଦୁଏରେ ଭର୍ତ୍ତି । ବାଇକ୍ ଗଡ଼ିବା ତ ଦୂରର କଥା ପାଦରେ ଚାଲିବା ମୁସ୍କିଲ୍ । କ୍ଷୋଭ ସହ ଗ୍ରାମବାସୀଙ୍କ ଦାବି ରାସ୍ତାକର ନହେଲେ ରାସ୍ତାରେ ଚାଷ କରିବାକୁ ଅନୁମତି ଦିଅ..