Advertisment

Parenting Tips: ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପୀଡିତ କି… ଛଡାଇବାର ୪ ସହଜ ଉପାୟ

ମୋବାଇଲ୍ ନିଶା ପିଲାମାନଙ୍କର ଖାଲି କ୍ୟାରିୟର୍ ଉପରେ ପ୍ରଭାବ ପକାଉ ନାହିଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହି କାରଣରୁ ସାରା ଦେଶରେ ପିଲାମାନେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଏହି ନିଶା ଛଡାଇବାର ୪ ସହଜ ଉପାୟ।

author-image
Pramod Behera
ଅଦ୍ୟତନ ହୋଇଛି
4 easy tips to get rid of smartphone or mobile addiction in children

4 easy tips to get rid of smartphone or mobile addiction in children

ଆଜିକାଲି ଦିନକୁ ଦିନ ମୋବାଇଲ୍ ନିଶା ବୃଦ୍ଧି ପାଉଛି। ବିଶେଷକରି ଛୋଟ ପିଲାମାନଙ୍କର। ଅଧିକାଂଶ ପିଲା ସ୍ମାର୍ଟଫୋନ୍, ଟାବ୍‌ଲେଟ୍ ଏବଂ ଲାପଟପ୍ ସହିତ ଅନେକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରୁଛନ୍ତି। ଏହା କେବଳ ସେମାନଙ୍କ କ୍ୟାରିୟର୍ ଉପରେ ପ୍ରଭାବ ପକାଉ ନାହିଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।

Advertisment

ଏହି କାରଣରୁ ସାରା ଦେଶରେ ପିଲାମାନେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଛତିଶଗଡର ଅମ୍ବିକାପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୧୫ ବର୍ଷର ନାବାଳକ ମୋବାଇଲ୍ ରିଚାର୍ଜ ପାଇଁ ଟଙ୍କା ନ ମିଳିବାରୁ ବିଷ ଖାଇଦେଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ପଠାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ବିଶେଷଜ୍ଞଙ୍କ ମତରେ ଏଞ୍ଜାଇଟି ଏପରି ଏକ ସମସ୍ୟା ସବୁ କିଛି ଠିକ୍ ଥିଲେ ମଧ୍ୟ ଲାଗେ ଯେପରି ସବୁ କିଛି ଗଡବଡ ଚାଲିଛି। ଏଞ୍ଜାଇଟିରେ ପୀଡିତ ହେବା ପରେ ଲାଗେ ଯେପରି ହଠାତ୍ କିଛି ବିପଜ୍ଜନକ ଘଟଣା ଘଟିବାକୁ ଯାଉଛି। ଏପରି ଅବସ୍ଥାରେ ଲୋକଙ୍କ ହୃଦସ୍ପନ୍ଦନ ବଢିଯାଏ, ପାପୁଲି ଝାଳ ହୋଇଯାଏ, ଶରୀର ଥରିବା ଆରମ୍ଭ କରେ ଏବଂ ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ। ଯଦି ସମୟ ପୂର୍ବରୁ ଏଞ୍ଜାଇଟିକୁ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ବିଷାଦର ରୂପ ନେଇପାରେ। ଏହି କାରଣରୁ ଆଜି ପିଲାମାନଙ୍କଠାରେ ବିଷାଦର ଆଶଙ୍କା ବଢୁଛି।

Advertisment

ଏଭଳି ପରିସ୍ଥିତିରେ ଅଭିଭାବକମାନେ ପିଲାମାନଙ୍କର ପ୍ରତିପୋଷଣ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ସେମାନଙ୍କୁ ମୋବାଇଲ୍ ଫୋନଠାରୁ ଦୂରରେ ରଖିବାକୁ ଚେଷ୍ଟା କରିବା ଉଚିତ। ଏବେ ପ୍ରଶ୍ନ ହେଉଛି ମୋବାଇଲ୍ ନିଶା ପିଲାମାନଙ୍କୁ କିପରି ପ୍ରଭାବିତ କରେ? ବାପାମାଆମାନେ କିପରି ସେମାନଙ୍କର ପିଲାମାନଙ୍କର ଏହି ନିଶା ଛଡାଇବେ? ଆସନ୍ତୁ ଜାଣିବା ଏହି ପ୍ରଶ୍ନର ସରଳ ଉପାୟ।

ସୀମା ସ୍ଥିର କରନ୍ତୁ:

ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପିଲାମାନଙ୍କର ଡିଜିଟାଲ୍ ବିଷୟବସ୍ତୁ ଉପରେ ସୀମା ନିର୍ଦ୍ଧାରଣ କରିବା। ପିଲାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ଜିନିଷ ଦେଖିବା ପାଇଁ ବାରଣ କରିବା। ଏହା ହେଉଛି ବାପାମାଆଙ୍କ ଦାୟିତ୍ୱ। ପିଲାମାନଙ୍କର ଡିଜିଟାଲ୍ ଏକ୍ସପୋଜର ସମୟ ହ୍ରାସ କରନ୍ତୁ। ଏହି ଅନୁଶାସନ ଆପଣଙ୍କ ପିଲାଙ୍କର ଫୋନ ସହ ନିବିଡତାରୁ ମୁକ୍ତି ପାଇବାରେ ସହାୟକ ହୋଇପାରେ।

ସଠିକ୍ ଖାଦ୍ୟ ଯୋଜନା:

ପିଲାମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ, ସେମାନଙ୍କ ପାଇଁ ଏକ ଉପଯୁକ୍ତ ଖାଦ୍ୟ ଯୋଜନା କରନ୍ତୁ। ମୋବାଇଲ୍ ନିଶା ଠାରୁ ମୁକ୍ତି ପାଇବା ପାଇଁ ପିଲାମାନଙ୍କୁ ଖେଳିବାକୁ ବାହାରକୁ ନିଅନ୍ତୁ। ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବାହ୍ୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରନ୍ତୁ, ଯାହାଫଳରେ ସେମାନଙ୍କର ସୃଜନଶୀଳତା ବୃଦ୍ଧି ପାଇପାରିବ।

ପର୍ଯ୍ୟାପ୍ତ ନିଦ:

ଅଧିକାଂଶ ପିଲାଙ୍କଠାରେ ଦେଖାଯାଏ ଯେ ସେମାନେ ଶୋଇବା ପୂର୍ବରୁ ଦୀର୍ଘ ସମୟ ଧରି ଫୋନ୍ ବ୍ୟବହାର କରନ୍ତି। ଏହା କରିବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଏହା ସେମାନଙ୍କ ନିଦ ଉପରେ ପ୍ରଭାବ ପକାଇପାରେ। ଯଦି ପିଲାକୁ ଏହି ନିଶା ରୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ରାତିରେ ଶୋଇବା ଆଗରୁ ଅତି କମରେ ୨ ଘଣ୍ଟା ପୂର୍ବରୁ ଫୋନ୍‌କୁ ସେମାନଙ୍କ ଠାରୁ ଦୂର କରନ୍ତୁ।

ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା:

ପିଲାମାନେ ପ୍ରେମ ଏବଂ ସ୍ନେହ ମାଧ୍ୟମରେ ମୋବାଇଲ୍ ନିଶା ଠାରୁ ମଧ୍ୟ ମୁକ୍ତି ପାଇପାରିବେ। ଏଥିପାଇଁ ପିଲାମାନଙ୍କ ମନ କିଣିବାକୁ ଚେଷ୍ଟା କରନ୍ତୁ ଏବଂ ସେମାନଙ୍କ ସହିତ ଖୋଲାଖୋଲି କଥା ହୁଅନ୍ତୁ। ଏହା କରିବା ଦ୍ୱାରା ପିଲାମାନେ ସେମାନଙ୍କ ସମସ୍ୟା ଆପଣଙ୍କ ସହ ବାଣ୍ଟିବାକୁ ସକ୍ଷମ ହେବେ ଏବଂ ଆପଣ ସେମାନଙ୍କୁ ବହୁତ ସାହାଯ୍ୟ କରିପାରିବେ। ଏହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।

Parental Control Parents Parenting Tips Parents Guide
Advertisment
Advertisment