Advertisment

‘ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି’

ନବୀନଙ୍କ ଶାସନ ବ୍ୟବସ୍ଥାରେ କ୍ରୀତଦାସ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି। ଯାହାକି ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ପାଇଁ ଅଭିଶାପ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Pandian forcing political leaders to give in to his slavery says mla pradeep panigrahi

ଆଜି ପୁଣି ଗଣମାଧ୍ୟମ ଆଗରେ ବିଷୋଦଗାର କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନବୀନଙ୍କ ଶାସନ ବ୍ୟବସ୍ଥାରେ କ୍ରୀତଦାସ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି। ଯାହାକି ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ପାଇଁ ଅଭିଶାପ ବୋଲି ପ୍ରଦୀପ କହିଛନ୍ତି। ଏହାସହ କୋଭିଡ୍ ସମୟରେ ତାଙ୍କର ମନ୍ତବ୍ୟକୁ ନେଇ 5T ସଚିବ ଯେଉଁକଥା କହିଥିଲେ, ତା’ର ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Advertisment

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ‘5T ସଚିବ ‘ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ’ ନୀତି ଅପଣାଇଛନ୍ତି। ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁ ବାବୁଙ୍କ ପୁଅଙ୍କ ନେତୃତ୍ୱତ୍ୱରେ ରାଜନୈତିକ କ୍ରୀତଦାସତ୍ୱ ବଢ଼ିବାକୁ ଯାଉଛି। ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅଭିଶାପ।’ ଓଡ଼ିଶାବାସୀଙ୍କୁ ସେ ଗାଣ୍ଡୁ ବୋଲି ଭାବୁଛନ୍ତି କି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି। 

5T ସଚିବଙ୍କୁ ପ୍ରଦୀପ ନୂଆ କଳାପାହାଡ଼ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ‘କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବାର ଚେଷ୍ଟାକୁ ମୁଁ ନିନ୍ଦା କରୁଛି। ତାଙ୍କ କାର୍ଯ୍ୟକଳାପ ଯୋଗୁ ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି। ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବେ ବିଶ୍ୱାସ ହେଉନି।’

Advertisment

ଏହାସହ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦୀପ ଆହ୍ୱାନ ଦେଇଛନ୍ତି। ରାଜ୍ୟର ପୂର୍ବତନ ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି। ‘ବିଜୁବାବୁଙ୍କ ପୁଅ ହୋଇ ନବୀନ ବାବୁ ନିରବ ରହିବା ଶୋଭା ପାଉନି’ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

ପ୍ରଦୀପଙ୍କ ଏଭଳି ମନ୍ତବ୍ୟ ଉପରେ 5T ସଚିବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ଆସିନଥିବାବେଳେ ପାଣ୍ଡିଆନଙ୍କ ସପକ୍ଷରେ କିନ୍ତୁ ବାହାରିଛି ବିଜେଡ଼ି। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ,‘ପାଣ୍ଡିଆନ ଯାହା କହିଛନ୍ତି ସତ କହିଛନ୍ତି। ଗଞ୍ଜାମରେ ଯେତେବେଳେ କୋଭିଡର ପ୍ରକୋପ ବଢୁଥିଲା ସେବେ ପ୍ରଦୀପ ପାଣିଗ୍ରାହୀ ନିଜର ଭାବି ସମୁଦିଙ୍କ ସହ ମଉଜ ମଜଲିସ କରୁଥିଲେ। ତା’ ପରେ କିନ୍ତୁ ଚିଠି ଲେଖିଲେ ଓ ମନ୍ତବ୍ୟ ଦେଲେ ଯେ ଆମକୁ କେହି ପଚାରୁ ନାହାନ୍ତି । ଜଣେ ବିଧାୟକ ଜନ ସାଧାରଣଙ୍କ ସମସ୍ୟାକୁ ନିଜେ ବୁଝିବା କଥା। ଏଠି ସେ ତାହା ଫାଙ୍କି ଦେବାକୁ ବସିଥିଲେ।’ 

ଅନ୍ୟପକ୍ଷେ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗତକାଲି ଯେଉଁ ହଙ୍ଗାମା ହୋଇଥିଲା, ଏନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି,  ‘ବିଜେଡିରେ ଜନ ପ୍ରତିନିଧିଙ୍କ କୌଣସି ସମ୍ମାନ ନାହିଁ। ସେମାନଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି। କ୍ରୀତଦାସ ହୋଇ ରୁହ। ନ ହେଲେ ଜେଲରେ ରୁହ।’

ଗତକାଲି ଯାହା ହେଲା, ତାହା ହୁଏତ ବିଜେଡିର ଆଭ୍ୟନ୍ତରୀଣ ଅନ୍ତଃକନ୍ଦଳ ହୋଇଥାଇପାରେ। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଜଣେ ଜନ ପ୍ରତିନିଧି। ତାଙ୍କୁ ଏପରି ବ୍ୟବହାର ନିନ୍ଦାଜନକ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

5T ସଚିବ ଯେଉଁଠି କି ଯିବେ, ସେଠାରେ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଚେତାବନୀ ଦେଇଛନ୍ତି।

MLA Pradeep Panigrahi
Advertisment
Advertisment