ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ ।
କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ। ୧୫ ମାସ ତଳେ ହଠାତ୍ ଘରୁ କୁଆଡ଼େ ଚାଲି ଯାଇଥିବା ମାଆଟି କାଲି ନାଟକୀୟ ଢଙ୍ଗରେ ମିଳିଛନ୍ତି ତାଙ୍କ ପୁଅବୋହୂଙ୍କୁ। ତାହା ପୁଣି ଓଟିଭିର ଏକ କାର୍ଯ୍ୟକ୍ରମ ପାଇଁ। ଟିଭି ପରଦାରେ ହଜିଲା ମାଆକୁ ଦେଖି କାନ୍ଦି ପକାଇଥିଲେ ପୁଅ। ଆଉ ମିଳନର ସେ ମୁହୂର୍ତ୍ତ ଆଖିକୁ ଲୁହ ଆଣି ଦେବ।