ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ଜଣକ ଗତକାଲି ରାତିରେ ବାଡ଼ିପଟେ ଶୌଚ ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ତାଙ୍କୁ କାଜୁ ବଗିଚାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ୪ ଜଣଙ୍କ ନାଁରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅନ୍ୟପକ୍ଷରେ, ଥାନାରେ ଏତଲା ପରେ ୨ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି। […]