ଜଗତସିଂହପୁର: ଜଗତସିଂହପୁର ଏରସମାର ଗଡ଼ହରିଶପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କଟକ ବାଦାମବାଡ଼ିରୁ ଗିରଫ କଲା ଏରସମା ପୋଲିସ। ତା ନାଁ ଲାବା ମାନା ଓରଫ୍ କାଳିଆ। ଗଡ଼ହରିଶପୁର ଗାଁରେ ନାବାଳିକାକୁ ଘରୁ ଟେକିନେଇ କାଜୁ ଜଙ୍ଗଲରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା। ସେପଟେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।