ବାଲିଗୁଡ଼ା: ଅଭିଯୋଗକାରୀ ହିଁ ନିଜେ ଲୁଟେରା। କଟକ ପରେ ଏଭଳି ଘଟଣା ପୁଣି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ସୂଚନା ଅନୁସାରେ, ଗତ ଏପ୍ରିଲ ୩ ତାରିଖରେ ଦାରିଙ୍ଗିବାଡି ନିକଟ ପଟାଙ୍ଗିରେ ୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏକ ଘରୋଇ ସ୍କୁଲର ମ୍ୟାନେଜର ଏମ୍.ଡ଼ି ନୁରାଲି ଟଙ୍କା ନେଇ ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ସେ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ […]