ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ ।
ଗୋଟିଏପଟେ କିଛି ନୂଆ ମେଡିସିନ୍କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଥିବା ବେଳେ ଅନ୍ୟପଟେ ଗ୍ୟାସ୍ ଜନିତ ସମସ୍ୟା ଦୂର କରିବା ଭଳି ମେଡିସିନ୍ Ranitidine ଇତ୍ୟାଦିକୁ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରୁ ବାଦ୍ ଦିଆଯାଇଛି।