• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକା(National List of Essential Medicines-NLEM)ରେ ଡାଇବେଟିସ୍, HIV, ଟିବି ଓ କ୍ୟାନ୍ସର ଭଳି ରୋଗର ୩୪ଟି ନୂଆ ଔଷଧ ସାମିଲ ହୋଇଥିବା ବେଳେ ୨୬ଟି ମେଡିସିନ୍‌କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ନୂଆ ଔଷଧ ଯୋଡ଼ି ହେବା ପରେ ଦେଶରେ ଅତ୍ୟାବଶ୍ୟକ ଔଷଧ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି।

ସାଧାରଣତଃ ଆମେ ବ୍ୟବହାର କରୁଥିବା ଆଣ୍ଟିବାୟୋଟିକ୍ସ Meropenem ଓ Cefuroxime ଏବଂ ପପୁଲାର୍‌ ଆଣ୍ଟି-ଡାଏବେଟିକ୍ ମେଡିସନ୍‌-ଇନ୍‌ସୁଲିନ୍‌ Glargine, Teneligliptin ଇତ୍ୟାଦି ମେଡିସିନ୍‌କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଛି। ସେହିପରି ୪ଟି ଗୁରୁତ୍ୱପୂର୍ଣ୍ଣ ଆଣ୍ଟି-କ୍ୟାନ୍ସର ମେଡିସିନ୍‌ ଯଥା- Bendamustine Hydrochloride, Irinotecan HCI Trihydrate, Lenalidomide ଓ Leuprolide Acetate ଭଳି ମେଡିସିନ୍‌କୁ ନୂଆ ତାଲିକାରେ ସାମିଲ କରାଯାଇଛି।

ଗୋଟିଏ ପଟେ କିଛି ନୂଆ ମେଡିସିନ୍‌କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଥିବା ବେଳେ ଅନ୍ୟପଟେ ଗ୍ୟାସ୍‌ ଜନିତ ସମସ୍ୟା ଦୂର କରିବା ଭଳି ମେଡିସିନ୍‌ Ranitidine ଇତ୍ୟାଦିକୁ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରୁ ବାଦ୍‌ ଦିଆଯାଇଛି। ଯଦି ଆପଣ ଏହି ମେଡିସିନ୍‌କୁ ବ୍ୟବହାର କରୁଛନ୍ତି ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହା କ୍ୟାନ୍ସରର କାରଣ ହୋଇପାରେ। ଏହାସହ Sucralfate, White Petrolatum, Methyldopa ଭଳି ଔଷଧ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଛି। 

ସୂଚନାଥାଉ କି, କର୍କଟ ରୋଗ ସମ୍ବନ୍ଧୀୟ ବିପଦ ଥିବା ଜଣାପଡ଼ିବା ପରେ Ranitidineକୁ ନେଇ ସାରା ବିଶ୍ୱରେ ଯାଞ୍ଚ ଚାଲିଛି। ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ AIIMS ସହ ଆଲୋଚନା କରି ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ଦେବାକୁ ଯୋଜନା କରିଥିଲେ। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡମିନଷ୍ଟ୍ରେସନ ଏହି ସବୁ ଔଷଧରୁ କ୍ୟାନ୍‌ସର ରୋଗ ହେବା ସମ୍ଭାବନା ଥିବା କହିବା ପରେ  ୨୦୧୯ରୁ ଏହି ମେଡିସିନ୍‌କୁ ନେଇ ଯାଞ୍ଚ ‌ଆରମ୍ଭ ହୋଇଥିଲା ଏବଂ ଏବେ ବିଭିନ୍ନ ମେଡିସିନକୁ ବାଦ୍ ଦିଆଯାଇଛି। ଏସବୁ ଭିତରେ ଭାରତରେ ଉଚ୍ଚ ଚାହିଦା ଥିବା ମେଡିସିନ୍‌ର ଦାମ୍‌ କମିବା ନେଇ ମଧ୍ୟ ସମ୍ଭାବନା ରହିଛି।

ସ୍ୱାସ୍ଥ୍ୟସେବାର ସବୁ ସ୍ତରରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପହଞ୍ଚାଇବା ଲାଗି ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା ଜାରି କରାଯାଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।ଏହା ରୋଗୀଙ୍କ ପକେଟ୍‌ରୁ ହେଉଥିବା ଖର୍ଚ୍ଚକୁ ଲାଘବ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।  ତିନୋଟି ମାନଦଣ୍ଡ ଯଥା- ଔଷଧର ମୂଲ୍ୟ, ସୁରକ୍ଷା ଏବଂ ପ୍ରଭାବକୁ ବିଚାରକୁ ନିଆଯାଇ ନୂଆ ଔଷଧକୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଛି। ତେବେ ତାଲିକାରେ ସାମିଲ ମେଡିସିନ୍‌ ମୂଲ୍ୟ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଂ ଅଥରିଟି ଧାର୍ଯ୍ୟ କରିବ।

ଜାଣନ୍ତୁ, ବାଦ୍‌ ପଡ଼ିଥିବା ୨୬ଟି ମେଡିସିନ୍‌ କ’ଣ ସବୁ...

1. Alteplase

2. Atenolol

3. Bleaching Powder

4. Capreomycin

5. Cetrimide

6. Chlorpheniramine

7. Diloxanide furoate

8. Dimercaprol

9. Erythromycin

10. Ethinylestradiol

11. Ethinylestradiol(A) + Norethisterone (B)

12. Ganciclovir

13. Kanamycin

14. Lamivudine (A) + Nevirapine (B) + Stavudine (C)

15. Leflunomide

16. Methyldopa

17. Nicotinamide

18. Pegylated interferon alfa 2a, Pegylated interferon alfa 2b

19. Pentamidine

20. Prilocaine (A) + Lignocaine (B)

21. Procarbazine

22. Ranitidine

23. Rifabutin

24. Stavudine (A) + Lamivudine (B)

25. Sucralfate

26. White Petrolatum