Advertisment

‌ଏତିକି ଦିନ ମଧ୍ୟରେ ଉଠିପାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା

ଅଭିଯୋଗ ଶୁଣିବା ପରେ ୧ ମାସ ମଧ୍ୟରେ ଦାବି ପୂରଣ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Contractual Employees

Odisha Govt Has Assured To Lift Contractual Employment Rules

ମାସକ ମଧ୍ୟରେ ଉଠିବ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘକୁ ଏହି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ। 

Advertisment

ଅଭିଯୋଗ ଶୁଣିବା ପରେ ୧ ମାସ ମଧ୍ୟରେ ଦାବି ପୂରଣ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ସୂଚନା ଦେଇଛି। ମାସେ ଭିତରେ ସରକାର କୌଣସି ନିଷ୍ପତ୍ତି ନନେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ସଂଘ ବୈଠକ ପରେ ନିଷ୍ପତ୍ତି ନେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।  

ସୂଚନାଥାଉ କି, ଚଳିତ ବର୍ଷ ପ୍ରାରମ୍ଭରେ ୮ ହଜାର ୧୦୨ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହାସହ ୪୦ ହଜାର ୦୫୨ ଜଣ ଶିକ୍ଷକଙ୍କ ପଦୋନ୍ନତି ହୋଇଥିଲା। ଏପରିକି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ ରାଜ୍ୟ ସରକାର କୋହଳ କରିଥିଲେ। 

Advertisment
CM Naveen Patnaik Contractual Employee
Advertisment
Advertisment