ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାଁନ୍ତି କର। ଟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍ଡିଂ ଟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ। ପୁରୀ ପୌରସଂସ୍ଥାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ଅନୁଷ୍ଠାନର ଲମ୍ବା ତାଲିକାରୁ ଜଣାପଡିଛି, ଯେଉଁଥିରେ ହୋଟେଲ ସୋନାଲିର ଦୁଇଟି […]