୨୦୨୩ ବିଶ୍ୱକପ୍ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍କିପର୍-ବ୍ୟାଟର୍? ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ରିଷଭ ପନ୍ତ ଅନ୍ଫିଟ୍ ଥିବାରୁ ତାଙ୍କ ବିକଳ୍ପ ଖୋଜାଚାଲିଛି । ୱିକେଟ୍କିପର୍-ବ୍ୟାଟର୍ ଭାବେ ପନ୍ତଙ୍କ ଅନୁପସ୍ଥିତିରେ ପ୍ରଥମ ପସନ୍ଦ ହେଉଛନ୍ତି ଲୋକେଶ ରାହୁଲ । ଏହାଛଡ଼ା ଦୌଡ଼ରେ ଈଶାନ କିଶନ, ସଞ୍ଜୁ ସାମ୍ସନ୍ ବି ରହିଛନ୍ତି ।