ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ ।
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ଆଜି ଦୋଳ ପୂର୍ଣ୍ଣିମା। ଅଥାର୍ତ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା।
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଆମ ଓଡ଼ିଆ ଘରେ ବିଭିନ୍ନ ପିଠା ଓ ମିଠାର ରେସିପି ପ୍ରସ୍ତୁତ ହୋଇଥାଏ । ତେବେ ଆଜି ଆମେ ଏହି ଦୋଳ ପୂର୍ଣ୍ଣିମାରେ ଅବସରରେ ଘରେ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ସୁଆଦିଆ ‘ମୋହନଥାଲ୍’।
ପୁରୀ(ମଧୁସୂଦନ ମିଶ୍ର): ଆଜି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳ ଉତ୍ସବରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ୱାର ଫିଟା, ମହାପ୍ରଭୁଙ୍କ ମଙ୍ଗଳ ଆରତି ଭୋର୍ ୪ଟାରେ, ଅବକାଶ ସକାଳ ୫ଟା ୧୫ରେ, ସର୍ବାଙ୍ଗ, ନୂଆଲୁଗା ଲାଗି ୬ଟା ୩୦ରେ ଅନୁଷ୍ଠିତ ହୋଇଛି। ସୁନାବେଶ ସକାଳ ୮ଟାରୁ ୯ଟା ୩୦ ଭିତରେ କରାଯିବ। […]
ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ […]