Advertisment

ଦୋଳ ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋହନଥାଲ୍‌’

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଆମ ଓଡ଼ିଆ ଘରେ ବିଭିନ୍ନ ପିଠା ଓ ମିଠାର ରେସିପି ପ୍ରସ୍ତୁତ ହୋଇଥାଏ । ତେବେ ଆଜି ଆମେ ଏହି ଦୋଳ ପୂର୍ଣ୍ଣିମାରେ ଅବସରରେ ଘରେ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ସୁଆଦିଆ ‘ମୋହନଥାଲ୍’।

author-image
Pallipuspa Samal
mohanthal sweet recipe

mohanthal sweet recipe

ଆମ ଓଡ଼ିଆ ଘରେ ପର୍ବପର୍ବାଣୀ ଆସିଲେ ମିଠାର ବିଭିନ୍ନ ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଦୋଳ ପୂର୍ଣ୍ଣିମା ଅବସରରେ ମିଠାର ଏକ ସୁଆଦିଆ ରେସିପି ‘ମୋହନଥାଲ୍’ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

Advertisment

‘ମୋହନଥାଲ୍‌’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ବେସନ-୨୫୦ ଗ୍ରାମ, ଘିଅ-୨୦୦ ଗ୍ରାମ, କ୍ଷୀର-୪୫ ଗ୍ରାମ, ଚିନି-୧ କପ୍‌, କେଶର, ଗୁଜରାତି, ଡ୍ରାଏ ଫ୍ରୁଟସ୍‌, ବଟର ପେପର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ ବେସନ ନେଇ ସେଥିରେ ଏକ ଟେବୁଲ ସ୍ପୁନ୍‌ ବା ୪୫ ଗ୍ରାମ ଘିଅ ମିଶାନ୍ତୁ।
  • ଏହାକୁ ୨ ହାତରେ ଭଲ ଭାବେ ମିଶାନ୍ତୁ। ଏହାପରେ କ୍ଷୀର ମିଶାଇ ଭଲ ଭାବେ ମିଶାନ୍ତୁ।
  • ଏହାପରେ ବେସନକୁ ୫ରୁ ୧୦ ମିନିଟ୍‌ ରଖି ଦିଅନ୍ତୁ।
  • ଏହାପରେ ଘିଅ ୧୫୦ ଗ୍ରାମ ଏକ ପ୍ୟାନ୍‌ରେ ନେଇ ବେସନକୁ ମିଶାଇ ଦିଅନ୍ତୁ।
  • ଏହାପରେ ଗ୍ୟାସକୁ ମିଡିୟମ ଫ୍ଲେମ୍‌ର ରଖି ଏହାକୁ ଲଗାତର ଗୋଳାନ୍ତୁ।
  • ଏହାକୁ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଶେଷ ୧ ମିନିଟ୍‌ ଗ୍ୟାସ୍‌ ଫ୍ଲେମ୍‌କୁ ହାଇ କରି ଦିଅନ୍ତୁ। ଫଳରେ ବେସନର ରଙ୍ଗ ବଦଳି ବାଦାମୀ ରଙ୍ଗ ହୋଇଯିବ ।
  • ଏହାପରେ ସେଥିରେ କ୍ଷୀର ଅଧା କପ ମିଶାଇ ତାହାକୁ ଘାଣ୍ଟି ଦିଅନ୍ତୁ।
  • ଏହାପରେ ଏକ ପାତ୍ରରେ ୧ କପ୍‌ ଚିନି, ତିନି ଚତୁର୍ଥାଶଂ ପାଣି ମିଶାଇ ଗ୍ୟାସ୍‌ ଅନ୍‌ କରନ୍ତୁ।
  • ଏହା ଧିରେ ଧିରେ ଫୁଟି ସିରା ପ୍ରସ୍ତୁତ ହୋଇଯିବ। ସେଥିରେ କିଛି କେଶର ଓ କିଛି ଗୁଜରାତି ମିଶାଇ ଦିଅନ୍ତୁ।
  • ଏହାକୁ ବେସନରେ ମିଶାଇ ଗ୍ୟାସ୍‌ ଅନ୍‌ କରି ଗୋଳାଇ ଦିଅନ୍ତୁ। ଏହାକୁ ୨ରୁ ୩ ମିନିଟ ଗୋଳାଇ ଦିଅନ୍ତୁ।
  • ଏହାପରେ ଏକ ପାତ୍ର ଉପରେ ବଟର ପେପର ରଖି ତା’ ଉପରେ ବେସନର ମିଶ୍ରଣକୁ ରଖି ଦିଅନ୍ତୁ।
  • ଏହାକୁ ପ୍ରାୟ ୩ ଘଣ୍ଟା ପାଖାପାଖି ରଖି ଦିଅନ୍ତୁ। ଏହା ଉପରେ ନିଜ ମନ ପସନ୍ଦର ଡ୍ରାଏ ଫ୍ରୁଟସ୍‌ ଦେଇ ସଜାଇ ପାରିବେ।
  • ଏହାପରେ ଏହାକୁ ନିଜ ମନ ପସନ୍ଦର ସାଇଜ ଦେଇ କଟ କରି ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ମୋହନଥାଲ' ।
Advertisment
Odia Food And Recipes
Advertisment
Advertisment