/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711334941.jpg)
Dola Purnima
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ପୁରପଲ୍ଲୀରେ ଆଜି ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ପ୍ରଭୁ ନାରାୟଣ। ଦୋଳ ବିମାନରେ ଲକ୍ଷ୍ମୀ ନାରାୟଣ ବିଜେ ହୋଇ ନଗର ପରିକ୍ରମା କରିବେ। ଏହି ଅବସରରେ ପରସ୍ପରକୁ ଅବିର ବୋଳିବେ ଲକ୍ଷ୍ମୀ ନାରାୟଣ। ଲକ୍ଷ୍ମୀ ନାରାୟଣଙ୍କ ଭେଟ ପରେ ପାରମ୍ପରିକ ରୀତି ନୀତି ଅନୁସାରେ ଲୋକେ ହୋଲି ଖେଳିବେ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।
ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ। ଆଜି ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ଅଧିକ ପଢ଼ନ୍ତୁ: ଦୋଳମଣ୍ଡପରେ କାହିଁକି ପୂଜା ପାଆନ୍ତି ଦୋଳଗୋବିନ୍ଦ ଓ ଭୂଦେବୀ-ଶ୍ରୀଦେବୀ
ସେହିପରି ଆଜି ଦୋଳପୂର୍ଣିମାରେ ଦୋଳବେଦୀରେ ଝୁଲିବେ ଦୋଳଗୋବିନ୍ଦ। ସକାଳ ଧୂପ ପରେ ବିମାନରେ ବିଜେ ହୋଇ ବିରାଟ ଶୋଭାଯାତ୍ରାରେ ଫଗୁ ଅବିର ଭକ୍ତଙ୍କ ସହ ଖେଳି ଦୋଳବେଦୀରେ ବିରାଜମାନ ହେବେ।
ଅନ୍ୟପକ୍ଷରେ ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଆସନ୍ତାକାଲି ହୋଲି ଥିବା ବେଳେ ରଙ୍ଗର ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିବେ ଲୋକେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)