• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

cm nomination
ବିଜେପୁରରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼( ଦୀପକ ଶର୍ମା) : ଆଜି ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିଛନ୍ତି ନବୀନ। ବିଜେଡି ସଭାପତି ଏଥର ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ଗତ ୨୦ ତାରିଖରେ ସେ ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା […]

  • Friday, 16 July 2021
vaveen -3
୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଧାନସଭା ନର୍ବାଚନ ପାଇଁ  ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବଲାଙ୍ଗିରରୁ ଅର୍କେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀ,ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ। ଝରିଗାଁ ବିଧାନସଭା ଆସନରୁ ପ୍ରକାଶ ଚନ୍ଦ୍ର ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବ୍ରଜରାଜନଗରରୁ କିଶୋର ମହାନ୍ତି, ପଟାଙ୍ଗିରୁ […]

  • Friday, 16 July 2021
police dg
ବିଜେପିରେ ମିଶିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରକାଶ ମିଶ୍ର ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ ଏବଂ ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୨ରୁ ୧୪ ମସିହା ପର୍ଯ୍ୟନ୍ତ ପ୍ରକାଶ ମିଶ୍ର ରାଜ୍ୟ ପୁଲିସ ଡିଜି […]

  • Friday, 16 July 2021
cm
ବିଜେଡିର ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ

ନୟାଗଡ଼( ସତ୍ୟ ନାରାୟଣ ସୁର୍‌ଜଗଦେବ୍‌) : ମୁଖ୍ୟମନ୍ତ୍ରୀ ଆଜି ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛନ୍ତି। ନୟାଗଡ଼ ଯାଇ ମିନି ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ। ବିଜେଡିର ପ୍ରଚାର ଆରମ୍ଭ କରି ମୂଳରୁ ହିଁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପୁଣି ଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। କେନ୍ଦ୍ର ବାରମ୍ବାର ଓଡ଼ିଶାକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ନବୀନ। କୋଇଲା ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବାରମ୍ବାର […]

  • Friday, 16 July 2021
aswini pujari
ରାଜନୀତିକୁ ଆସିଲେ ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର : ରାଜନୀତିକୁ ଆସିଲେ ଅଶ୍ୱିନୀ ପୂଜାହାରୀ। ବୁର୍ଲା ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଓଡ଼ିଶା କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବରୁ ସେନାରେ ଡାକ୍ତର ଚାକିରି ଏବଂ ପରେ ଭିମ୍‌ସାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଅଶ୍ୱିନୀ। ତେବେ ଭିମସାରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଅନୁଶାସନ […]

  • Friday, 16 July 2021
amara
ଅଯୋଗ୍ୟ ହେବେ ୫ BJD ବିଧାୟକ !

ଭୁବନେଶ୍ୱର : ଅଯୋଗ୍ୟ ହେବେ ୫ BJD ବିଧାୟକ। ୫ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ପିଟିସନ୍ ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ। ଏମାନେ ହେଲେ ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରିର ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ ଓ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ। ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବା ଏହି ସବୁ ନେତା ନିକଟରେ ଦଳ […]

  • Friday, 16 July 2021
pratyusha byte
ବିଜେଡି ଟିକେଟ ପ୍ରସଙ୍ଗରେ ନୂଆ ଖୁଲାସା କଲେ ପ୍ରତ୍ୟୁଷା

ଭୁବନେଶ୍ୱର : ବିଜେଡିରେ ଟିକେଟ ବଣ୍ଟାକୁ ନେଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଖୁଲାସା। ଆଜି ବିଜେପିରେ ଯୋଗ ଦେଇଥିବା ପ୍ରତ୍ୟୁଷା କହିଛନ୍ତି ବିଜୁ ଜନତା ଦଳର ଟିକେଟ୍ ପ୍ରସଙ୍ଗରେ ପାଣ୍ଡିଆନ ହିଁ ସର୍ବେସର୍ବା। OTV ଜନମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡିରେ ୨/୪ ଜଣ ଲୋକ ଟିକେଟ ଦେବା ନଦେବା ସ୍ଥିର କରନ୍ତି। ଏଠି କାମ ଦେଖି ଟିକେଟ୍ ମିଳେନା, ଯଦି ମିଳୁଥାନ୍ତା, ତେବେ ମୋ ଟିକେଟ ପକ୍କା ଥିଲା ବୋଲି […]

  • Friday, 16 July 2021
bjd3
ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର :  ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡିର ଅଭିଯୋଗ। ଏ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ଦଳ। ଅଭିଯୋଗରେ ବିଜେଡି ଦର୍ଶାଇଛି ଯେ, ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ପ୍ରଚାର ଗାଡ଼ି ବୁଲୁଛି। ସେହିଭଳି ପିପିଲି, ଧଉଳି ଓ ପିପିଲି ଟୋଲ ଗେଟ୍ ନିକଟରେ ଉଜ୍ଜ୍ୱଳା ଯୋଜନାର ହୋର୍ଡିଂ ବି ଲାଗିଛି। ସେପଟେ ବିଜେପିର ଫେକ୍ ଗୁଇନ୍ଦା ରିପୋର୍ଟ ମାମଲାରେ ଦଳ ବାରମ୍ବାର CEOଙ୍କ ଦ୍ୱାରସ୍ଥ […]

  • Friday, 16 July 2021
cc
ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ

ଭୁବନେଶ୍ୱର : ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ। ଆଜି ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ। ତେବେ ଦଳ ପକ୍ଷରୁ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ବିରୋଧ କରି ଅମୀରଙ୍କ ବହୁ ସମର୍ଥକ ଏକ ବାଇକ୍‌ ରାଲିରେ କଂଗ୍ରେସ ଭବନକୁ ଆସିଥିଲେ। ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଇ ନାରାବାଜି ଦେବା ପରେ […]

  • Friday, 16 July 2021
congress
ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ବିରୋଧ

ଝାରସୁଗୁଡ଼ା (ଭାଗିରଥି ସାହୁ) : ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ଦଳ ଭିତରୁ ବିରୋଧ। ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ବିରୋଧ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଲା ପକାଇଦେଲେ କର୍ମୀ। ସ୍ଥାନୀୟ ଅଞ୍ଚଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ କର୍ମୀ ଆପତ୍ତି ଉଠାଇଛନ୍ତି। ନିର୍ବାଚନରେ ସହଯୋଗ ନକରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲା […]

  • Friday, 16 July 2021
durjodhana
ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ

ନୂଆପଡ଼ା : ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଖରିଆରରୁ ବିଜେପି ତାଙ୍କୁ ପ୍ରାର୍ଥୀ ନ କରିବାରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ୫ ଥରର ଏହି ବିଧାୟକ। ଏଥର ଖରିଆରରେ ଦୁର୍ଯ୍ୟୋଧନଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ୍ ଦେଇଛି ବିଜେପି।   ଦୁର୍ଯ୍ୟୋଧନ ମାଝୀ ୨୦୧୪ […]

  • Friday, 16 July 2021
cec
ଆଜି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ବାକି ତାଲିକା ପ୍ରକାଶ ପାଇପାରେ

ଭୁବନେଶ୍ୱର : ଏଆଇସିସି ସ୍କ୍ରିନିଂ କମିଟିର କସରତ ପରେ ଆଜି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ବାକି ତାଲିକା ପ୍ରକାଶ ପାଇପାରେ। କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ୧୦ ଲୋଧି ରୋଡ଼ରେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଜାରି ରହିଛି। ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଟି.ଏସ୍ ସିଂଦେଓ ଏବଂ  ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଗତ ୧୮ ତାରିଖରେ  ୩୬ଟି ବିଧାନସଭା ଆସନ ଓ ୬ଟି ଲୋକସଭା […]

  • Friday, 16 July 2021
pratyiusha
ବିଜେଡି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା

ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍‌ଦେବ) : ବିଜେଡିରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଇସ୍ତଫା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରତ୍ୟୁଷା। ପ୍ରଥମେ କନ୍ଧମାଳ ଟିକେଟ୍‌ କଟିବା ପରେ ତାଙ୍କୁ ନୟାଗଡ଼ ବିଧାନସଭା ଆସନରୁ ଟିକେଟ୍‌ ଦିଆଯାଉ ବୋଲି ଗତକାଲି ସେ ଦାବି କରିଥିଲେ। ନହେଲେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବେ ବୋଲି କହିଥିଲେ। ତେବେ ଆଜି ସେ ଦଳରୁ ଇସ୍ତଫା ଦେବା ସହ ତାଙ୍କ ପ୍ରତି […]

  • Friday, 16 July 2021
cm
ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର  (ଅଶୋକ ବ୍ରହ୍ମା): ଆରମ୍ଭ ହେଲା ବିଜେଡିର ନାମାଙ୍କନ ଦାଖଲ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଂଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଦଳୀୟ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ଗହଣରେ ଯାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ବି ବିଜେଡି ବହୁ ସିଟ୍‌ରେ ବିଜୟ ଲାଭ କରିବ। ସେହିଭଳି ଖୁବ୍‌ଶୀଘ୍ର ସେ ବିଜେପୁର […]

  • Friday, 16 July 2021
naveen
ଆଜିି ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଂଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ଶୁଭବେଳା ଦେଖି ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ତେବେ ଏଥର ସେ […]

  • Friday, 16 July 2021
sadhu
କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ : ପ୍ରାର୍ଥୀ ତାଲିକା ପ୍ରକାଶ ଓ ଟିକେଟ ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସାଧୁ ନେପାକ ଦଳରୁ ଇସ୍ତଫା ଦେଇଛନ୍ତି। ସାଧୁଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଆଜି କଂଗ୍ରେସ ଛାଡ଼ିଛନ୍ତି। ବରଗଡ଼ରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି ସାଧୁ ନେପାକ। କିଛିଦିନ ପୂର୍ବରୁ ରାଜ୍ୟ ନେତୃତ୍ୱ ପକ୍ଷରୁ ତାଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା। […]

  • Friday, 16 July 2021
pratyushjsa
କନ୍ଧମାଳରୁ ଟିକେଟ କଟିବା ପରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଅସନ୍ତୋଷ

ଫୁଲବାଣୀ( ତ୍ରିନାଥ ସାହୁ) : କନ୍ଧମାଳରୁ ଟିକେଟ କଟିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ନୟାଗଡ଼ ବିଧାନସଭା ଆସନରୁ ସେ ଲଢ଼ିବାକୁ ଚାହୁଁଛନ୍ତି। ଯଦି ନୟାଗଡ଼ରୁ ଟିକେଟ ନ ମିଳେ ତାହାଲେ ସେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବେ। ସେ ଆହୁରି ମଧ୍ୟ କହିଛନ୍ତି, ଦଳ ବଡ଼ ନୁହେଁ, ନୟାଗଡ଼ବାସୀଙ୍କ ସେବା କରିବାକୁ ଚାହୁଁଛି। ଉଲ୍ଲେଖନୀୟ ଯେ,ଗତକାଲି ବିଜେଡିର ପ୍ରଥମ […]

  • Friday, 16 July 2021
tara
କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ତାରାଙ୍କ ଅସନ୍ତୋଷ

ଭୁବନେଶ୍ୱର :  କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ପୂର୍ବରୁ ଦଳର ସମସ୍ତ ବିଧାୟକଙ୍କ ଟିକେଟ୍‌ ଫାଇନାଲ୍ ବୋଲି କୁହାଯାଇଥିଲେ ବି କୋଟପାଡ଼ ଓ ଲକ୍ଷ୍ମୀପୁର ଟିକେଟ୍‌ ଏଯାଏଁ ଫାଇନାଲ ନହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ରଦୀପ ମାଝୀ ଚାହିଁଲେ ଟିକେଟ୍‌ ଦିଅନ୍ତି ଓ କାଟନ୍ତି, ମୋ କଥା ଦଳରେ ରହେନି ବୋଲି ତାରା କହିଛନ୍ତି। ତେବେ ମୁଁ ସନ୍ତୁଷ୍ଟ, କିନ୍ତୁ କୋରାପୁଟ […]

  • Friday, 16 July 2021
krushna ch
ବ୍ରହ୍ମଗିରିର ୨ ନେତା ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବହିଷ୍କାର କରିଛି ବିଜୁ ଜନତା ଦଳ। ବିଜେଡି ନେତା ତଥା ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଏବଂ ପ୍ରସନ୍ନ ବରାଳଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ଗତକାଲି କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ବ୍ରହ୍ମଗିରିରି କିଛି ବିଜେଡି କର୍ମୀ ଓ ନେତା ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ […]

  • Friday, 16 July 2021
g
ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା

ଭୁବନେଶ୍ୱର : ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା ଜାରି ହୋଇଛି। ୨୨ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ କରାଯିବ। ସକାଳ ୭ଟାରୁ ମତଦାନ ହେବାକୁ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ହେଲା- ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା।

  • Friday, 16 July 2021
geeta
ନବୀନ ନିବାସରେ ଗୀତା ମେହେଟ୍ଟାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା। ବିଜେଡିର ଟିକେଟ୍‌ କସରତ ଚାଲିଥିବା ବେଳେ ଗୀତା ମେହେଟାଙ୍କୁ ଆଜି ସେଠାରେ ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ ସେ ଆସିଥିବାରୁ ତାଙ୍କ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି। ବିଜେଡିର ଷ୍ଟ୍ରାଟେଜିରେ ଗୀତାଙ୍କ କିଛି ଭୂମିକା ରହିବ କି ବୋଲି କଳ୍ପନା ଜଳ୍ପନା ହେଉଛି। ପୂର୍ବରୁ ଗୀତା ମେହେଟା ଅନେକ ଥର ନବୀନ ନିବାସ ଆସି ସେଠାରେ ରହିଛନ୍ତି। ଏବେ କିନ୍ତୁ […]

  • Friday, 16 July 2021
bijay
ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି। ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ବିଜୟ। ବିଜେପିକୁ ପୁଣି ଫେରିପାରନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯୋଗାଯୋଗ ସମସ୍ତଙ୍କ ସାଙ୍ଗରେ ଅଛି; କିନ୍ତୁ କିଛି ନିଷ୍ପତ୍ତି ହୋଇନାହିଁ। ସେହିପରି […]

  • Friday, 16 July 2021
bjd
ନବୀନ ନିବାସରେ ପହଞ୍ଚିଲା ବିଜେଡି ଅସନ୍ତୋଷ

ଭୁବନେଶ୍ୱର :  ନବୀନ ନିବାସରେ ମିଶ୍ରଣ ପର୍ବ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ଧରିଛନ୍ତି ଶଙ୍ଖ। ସେପଟେ ଦଳରେ କିନ୍ତୁ ବଢ଼ିବାରେ ଲାଗିଛି ଅସନ୍ତୋଷ। ନିର୍ବାଚନ ମଣ୍ଡଳୀ ଛାଡ଼ି ସିଧା ନବୀନ ନିବାସ ଆସି, ବିଧାୟକଙ୍କ ବିରୋଧରେ ଫେରାଦ ହେଉଛନ୍ତି ଆଶାୟୀ ପ୍ରାର୍ଥୀ। ଶୋଭାଯାତ୍ରାରେ ନିଜନିଜ ସମର୍ଥକଙ୍କ ସହ ପହଞ୍ଚି  ବିଧାୟକଙ୍କ ବିରୋଧରେ ଗର୍ଜୁଛନ୍ତି। ଆଜି ବିଜେଡିର ୩ ବିଧାୟକଙ୍କ ବିରୋଧରେ ଏଭଳି ଢଙ୍ଗରେ ଫେରାଦ ହୋଇ, ସେମାନଙ୍କୁ ଆଉ ଟିକଟ […]

  • Friday, 16 July 2021
dilip
ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର :  ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ। ଆଜି ସନ୍ଧ୍ୟାରେ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଆଲୋଚନା କରି ଫେରିଛନ୍ତି। ନବୀନ ନିବାସ ଆସି ଦିଲୀପ ଆଲୋଚନା କରିବା ପରେ ତାଙ୍କର ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏ ନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବର ୧୮ ତାରିଖରେ ବିଜେପିରୁ ଇସ୍ତଫା ଦେବା ସହ […]

  • Friday, 16 July 2021
chau pattnaik
'ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ'

ବ୍ରହ୍ମପୁର : ଟିକେଟ ଘୋଷଣା ପୂର୍ବରୁ ବ୍ରହ୍ମପୁର ବିଜେଡିରେ ବିଦ୍ରୋହର ପଦଧ୍ୱନୀ। ବ୍ରହ୍ମପୁରର ସିଟିଂ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ଚର୍ଚ୍ଚା ପରେ ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ନେଇ ବ୍ରହ୍ମପୁରରେ ଆଜି ଅପରାହ୍ନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଯେଉଁଥିରେ ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରାଯାଇଛି। ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଛନ୍ତି ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ […]

  • Friday, 16 July 2021