• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bjd
ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ, ପିଟାପିଟି

ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା) : ପୁଣି ପଦାରେ ପଡ଼ିଲା ବିଜେଡି କନ୍ଦଳ। ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ମୁଣ୍ଡାଳ ଛକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଖୋଲାଖୋଲି ମାରପିଟ୍ ହୋଇଛି। ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି ଆଜି ଏକ ରାଲିରେ ଯାଉଥିବା ବେଳେ ମୁଣ୍ଡାଳ ଛକରେ ଅମରେନ୍ଦ୍ର ଦାଶ ଗୋଷ୍ଠୀ ତାଙ୍କୁ ଅଟକାଇବା ସହ କଳା ପତାକା ଦେଖାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ […]

  • Friday, 16 July 2021
baijayanta2
ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି : ବୈଜୟନ୍ତ ପଣ୍ଡା

ପାଟକୁରା ( ମନୋଜ ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ଛତାହାଟରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ପ୍ରଚାରବେଳେ ବୈଜୟନ୍ତ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ଯେଉଁ ନୀତି ଆଦର୍ଶ ନେଇ ଗଠନ ହୋଇଥିଲା, ଦଳ ଏଥିରୁ ବିଚ୍ୟୁତ ହୋଇଛି ବୋଲି ବୈଜୟନ୍ତ କହିଛନ୍ତି। ବିଜେପି ସହଯୋଗରେ ଆରମ୍ଭ ହୋଇଥିବା ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି। ସରକାରୀ […]

  • Friday, 16 July 2021
bhudan murmu
ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶେଷରେ ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର। ଇସ୍ତଫା ପତ୍ର ଗ୍ରହଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୂଦାନ ମୁର୍ମୁଙ୍କ ଇସ୍ତଫା ଗୃହିତ ହୋଇନଥିବାରୁ ସେ ଅଡୁଆରେ ଥିଲେ। ସେ ମୟୂରଭଂଜ ଭାଲୁକି ମେଡିକାଲରେ ଡାକ୍ତର ଥିଲେ। ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ୨୦୧୮ଅକ୍ଟୋବର ୪ତାରିଖରୁ ସେ ସରକାରୀ ଚାକିରିରୁ ଇସ୍ତଫା […]

  • Friday, 16 July 2021
congress
ସମ୍ବଲପୁର କଂଗ୍ରେସରେ ବିଦ୍ରୋହ ; ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ସମ୍ବଲପୁର ( ସଞ୍ଜୟ ଜେନା ) : ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଜିଲ୍ଲା କଂଗ୍ରେସ କମିଟିରେ ଦେଖାଦେଇଛି ବିଦ୍ରୋହ। ସାଂସଦ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ପି.ସି.ସି ସଭାପତିଙ୍କୁ ସେମାନେ ଇସ୍ତଫା ପତ୍ର ଦେଇଛନ୍ତି। ଆଗକୁ ଆହୁରି ଅନେକ କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ […]

  • Friday, 16 July 2021
minakhi
ମୀନାକ୍ଷୀ ହେଲେ ଚମ୍ପୁଆର BJD ପ୍ରାର୍ଥୀ

କେନ୍ଦୁଝର (ପ୍ରଣୟ ପାଣି) : ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJD।  ମୀନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆରୁ BJD ଟିକେଟ୍ ଦେଇଛି। ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା। ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ବିଜେଡି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଦଳ ପକ୍ଷରୁ ଏବେ […]

  • Friday, 16 July 2021
Baijayant-Panda1
‘ମୁଁ ବ୍ୟବହାର କରିଥିବା ହେଲିକପ୍ଟର କମର୍ସିଆଲ ନୁହେଁ, ପ୍ରାଇଭେଟ୍ ’: ବୈଜୟନ୍ତ

ଭୁବନେଶ୍ୱର : ନିର୍ବାଚନ ପ୍ରଚାରରେ ହେଲିକପ୍ଟର ବ୍ୟବହାର ନେଇ ବିଜେଡି ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ଅତି ନୀଚସ୍ତରକୁ ଯାଇ ବିଜେଡି ଏଭଳି ଅଭିଯୋଗ ଆଣିଛି ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ। ପୂର୍ବରୁ ସମସ୍ତ ନିର୍ବାଚନ ବେଳେ ମୁଁ କମର୍ସିଆଲ ହେଲିକପ୍ଟର ନୁହେଁ, ଘରୋଇ ହେଲିକପ୍ଟର ବ୍ୟବହାର କରୁଥିଲି ବୋଲି ସେ ଲେଖିଛନ୍ତି। ମୁଁ ଟ୍ୟାକ୍ସି ନୁହେଁ ଏକ ପ୍ରାଇଭେଟ କାରରେ ନିର୍ବାଚନ ପ୍ରଚାର କରୁଛି। ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ […]

  • Friday, 16 July 2021
election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଶେଷ ଦିନରେ ଆଜି ବାକି ଥିବା ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ପୂର୍ବରୁ କଂଗ୍ରେସ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାଁ ଘୋଷଣା କରିଥିଲା। ତେବେ ଗତକାଲି ସେ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସୁଦ୍ଧା ମୋଟ ୨୧୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୬ଟି […]

  • Friday, 16 July 2021
raghu
ବିଜେପିର ଆଉ ୪ ବିଧାନସଭା ପ୍ରାର୍ଥୀ ଘୋଷଣା ,ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଟିକେଟ୍‌

ଭୁବନେଶ୍ୱର :  ବିଜେପି ଆଜି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଉତ୍ତର ଓଡ଼ିଶାର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ଟିକେଟ ମିଳିଛି। ଏଥର ବସ୍ତାରୁ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ଓ ରଘୁନାଥଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ। ଚମ୍ପୁଆରୁ ମୁରଲୀ ଶର୍ମା, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ ବିଜେପି ପ୍ରାର୍ଥୀ କରିଛି।    

  • Friday, 16 July 2021
adr
ନିର୍ବାଚନ ପୂର୍ବରୁ ପୋଲ୍ ଖୋଲିଲା ADR ସର୍ଭେ ରିପୋର୍ଟ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କେମିତି ଅଛି ଭୋଟରଙ୍କ ମୁଡ୍‌ ? କେଉଁ ପ୍ରସଙ୍ଗ ଏଥର ପ୍ରଭାବିତ କରିବ ଭୋଟରଙ୍କୁ? ଆଉ କେମିତି ଅଛି ସରକାରଙ୍କ ସଫଳତାର ଗ୍ରାଫ୍‌ ? ଏସବୁ ପ୍ରଶ୍ନକୁ ନେଇ ଭୋଟରଙ୍କ ମୁଡ୍‌ ପରଖିଥିଲା ଏଡିଆର। ପାନୀୟ ଜଳ ଯୋଗାଣରେ ୫ ନମ୍ବରରୁ ସରକାରଙ୍କୁ ଭୋଟର ଦେଇଛନ୍ତି ୨. ୩୦।  ନିଯୁକ୍ତି ସୁବିଧା କ୍ଷେତ୍ରରେ ମିଳିଛି ସେଇ ୨.୩୦। ଆଉ ଭଲ ରାସ୍ତା ଦେବାରେ ମିଳିଛି ୨. ୨୮ ନମ୍ବର। ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରରୁ […]

  • Friday, 16 July 2021
bibhu
କଂଗ୍ରେସ ଛାଡ଼ିଲେ ଦଳର ମୁଖପାତ୍ର ବିଭୂ ପ୍ରସାଦ ତରାଇ

ଭୁବନେଶ୍ୱର : କଂଗ୍ରେସ ଛାଡ଼ିଲେ ଦଳର ମୁଖପାତ୍ର ବିଭୂ ପ୍ରସାଦ ତରାଇ। ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବିଭୂ ତରାଇଙ୍କୁ ଲୋକସଭା ପରିବର୍ତ୍ତେ ତିର୍ତ୍ତୋଲ ବିଧାନସଭା ଆସନରେ ଟିକେଟ୍ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି। ଦଳ ଛାଡ଼ିବା ନେଇ ବିଭୂ ତରାଇ ଓଟିଭିକୁ ପ୍ରତିକ୍ରିୟା ରଖି କହିଛନ୍ତି,କଂଗ୍ରେସ ଓ ବିଜେଡି ମଧ୍ୟରେ ଗୁପ୍ତ ବୁଝାମଣା ରହିଛି। ବର୍ତ୍ତମାନ କଂଗ୍ରେସ ଦିଗହରା ଭାବେ ପ୍ରାର୍ଥୀ ଚୟନ କରୁଛି। ସବଳ ପ୍ରାର୍ଥୀଙ୍କ […]

  • Friday, 16 July 2021
kalahandi
କଳାହାଣ୍ଡିରେ ଏଥର କାଣ୍ଟେ କି ଟକ୍କର : ମୈଦାନରେ ତିନି ପ୍ରମୁଖ ଦଳର ହେଭିୱେଟ୍‌

ଭବାନୀପାଟଣା ( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ଏଥର କାଣ୍ଟେ କି ଟକ୍କର। ଏହି ଲୋକସଭା କ୍ଷେତ୍ରରେ ଏଥର ଫାଇଟ୍ ୩ ହେଭିୱେଟ୍ ବସନ୍ତ ପଣ୍ଡା, ଭକ୍ତ ଦାସ ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମଧ୍ୟରେ। ସପ୍ତାହେ ପରେ ଭୋଟ୍ ହେବାକୁ ଯାଉଥିବା କଳାହାଣ୍ଡିରେ ଏବେ ଗରମ ରହିଛି ରାଜନୈତିକ ବାତାବରଣ। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବାନୀପାଟଣାରେ ରାଲି କରି ପଦ୍ମର ପୂର୍ବ ଗୌରବ ଫେରାଇ ଆଣିବାକୁ ଦମ୍ ଲଗାଇଛନ୍ତି। ବିଜେପି ଟିକେଟ୍‌ରେ ପ୍ରଥମ ଥର ଲାଗି […]

  • Friday, 16 July 2021
yudhistira
ନିରଞ୍ଜନଙ୍କ ବିରୁଦ୍ଧରେ ଟିକେଟ ବିକ୍ରିର ଅଭିଯୋଗ ଆଣିଲେ ଯୁଧିଷ୍ଠିର

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ଟିକେଟ ବିକ୍ରିର ସଙ୍ଗୀନ ଅଭିଯୋଗ ଆଣି ବିଷ ଓଗାଳିଛନ୍ତି ପିପିଲିରେ ଦଳୀୟ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ। ପ୍ରାର୍ଥୀ କରାଯାଇଥିଲେ ବି ତାଙ୍କୁ ହରାଇବାକୁ ନିରଞ୍ଜନ ଷଡ଼ଯନ୍ତ୍ର କରୁଥିବା ସେ ନିଜ ସମର୍ଥକଙ୍କୁ କହୁଥିବା ଭିଡିଓ ଭାଇରାଲ ହୋଇଛି। ତାଙ୍କ ନାଁ ଘୋଷଣାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଟିକେଟ ଫେରାଇ ଦେବେ ବୋଲି କହିଛନ୍ତି। ତେବେ ଅନ୍ୟ ଦଳକୁ ଯିବେ ନାହିଁ କି ସ୍ୱାଧୀନ […]

  • Friday, 16 July 2021
bjd-p
ବିଜେଡି ଟିକେଟ୍‌କୁ ନେଇ ଚର୍ଚ୍ଚା: କଟିଲା ୪୩ ସିଟିଂ ଏମଏଲଏଙ୍କ ଟିକେଟ୍

ଭୁବନେଶ୍ୱର : ଶେଷ ହେଲା ଟିକେଟ କସରତ। ହେଲେ ପ୍ରାର୍ଥୀ ଚୟନ ବେଳେ ଗତ ୪ ନିର୍ବାଚନ ଅପେକ୍ଷା ଏଥର ଅଧିକ ଚାପରେ ଥିଲେ ଦଳର ସୁପ୍ରିମୋ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଠାରୁ ଆରମ୍ଭ କରି ୫ ଥରର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ, ବରିଷ୍ଠ ବିଧାୟକ ଦେବାଶିଷ ନାୟକ। ଘୋଷଣା ହୋଇଥିବା ୧୪୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ କଟିଲା ୪୩ ବିଧାୟକଙ୍କ ଟିକେଟ୍। ଠିକ୍ ସେଭଳି ନଗେନ୍ଦ୍ର ପ୍ରଧାନ, ପ୍ରସନ୍ନ ପାଟ୍ଟଶାଣୀ ଭଳି ସାଂସଦଙ୍କ ଟିକେଟ […]

  • Friday, 16 July 2021
anjali
ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌ ; ଅଞ୍ଜଳି ସୋରେନ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ

ଭୁବନେଶ୍ୱର : ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)। ମୟୂରଭଞ୍ଜ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଜେଏମ୍‌ଏମ୍‌ ସୁପ୍ରିମୋ ସିବୁ ସୋରେନ୍‌ଙ୍କ ଝିଅ ଅଞ୍ଜଳି ସୋରେନ ହୋଇଛନ୍ତି ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ। ସାରସକଣା ବିଧାନସଭାରୁ ମହେଶ ଚନ୍ଦ୍ର ହେମ୍ବ୍ରମ, ବାଙ୍ଗିରିପୋଷିରୁ ସୁନ୍ଦର ମୋହନ ସିଂହ, ମୋରଡ଼ାରୁ କଳିଙ୍ଗ କେଶରୀ ଜେନା, ବୀରମିତ୍ରପୁରରୁ ସେବିୟନ ଆଇନ୍ଦ ଓ ରାଇରଙ୍ଗପୁରରୁ ସୁନାରାମ ଟୁଡୁ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶାରେ କଂଗ୍ରେସ ସହ […]

  • Friday, 16 July 2021
niranjan-1
କଂଗ୍ରେସ ଘୋଷଣା କଲା ଗୋଟିଏ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ

ଭୁବନେଶ୍ୱର  : ସମ୍ବଲପୁର ଲୋକସଭା ଆସନ ସହ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍। ସମ୍ବଲପୁର ଲୋକସଭା ଆସନ ପାଇଁ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି। ସେହିପରି ଘୋଷଣା ହୋଇଥିବା ୯ ବିଧାନସଭା ସିଟ୍ ମଧ୍ୟରୁ ୩ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି। ବେଗୁନିଆରୁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ବଦଳରେ ପ୍ରଦୀପ ସାହୁଙ୍କୁ ଟିକଟ୍ ଦିଆଯାଇଛି। ସେହିପରି ସମ୍ବଲପୁର ବିଧାନସଭା […]

  • Friday, 16 July 2021
ଲୋନାଆଲ
ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନବୀନ

ବ୍ରହ୍ମପୁର (ଅଶୋକ ବର୍ମା): ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବ୍ରହ୍ମପୁରର କନିଷିରୁ ପ୍ରଚାର ଆରମ୍ଭ କରି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ନବୀନ। କାହାର ନାଁ ନନେଇ କେନ୍ଦ୍ର ଓ ବିଜେପି ସରକାରକୁ ସେ ସମାଲୋଚନା କରିଛନ୍ତି। ତିତ୍‌ଲି ହେଲା ଆସିଲେନି, ମରୁଡ଼ି ହେଲା ସେମାନେ ଆସିଲେନି। ଏବେ ଭୋଟ ସମୟ ହେବାରୁ ସେମାନେ ଆସିଗଲେ ବୋଲି ନବୀନ କହିଛନ୍ତି। ସେହିପରି କୁଆଡ଼େ ଗଲା ସୀତାପଲ୍ଲୀ କାରଖାନା, […]

  • Friday, 16 July 2021
prakash
ପ୍ରାର୍ଥିପତ୍ର ଦାଖଲ କଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

କଟକ (ବିବର୍ତ୍ତନ ପଣ୍ଡା): କଟକ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ବିଜେପି ଟିକେଟ୍‌ରୁ ଏଥର ନିର୍ବାଚନୀ ମଇଦାନରେ ଅଛନ୍ତି ପ୍ରକାଶ ମିଶ୍ର। ନିଜ ସମର୍ଥକଙ୍କ ସହିତ ସେ ଜିଲ୍ଲାପାଳଙ୍କ ଅଫିସକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଟକରେ ତାଙ୍କ ସହିତ ବିଜେଡିର ଭେଟେରାନ ଭର୍ତ୍ତୃହରି ମହତାବ ଓ କଂଗ୍ରେସର ପଞ୍ଚାନନ କାନୁନ୍‌ଗୋଙ୍କ ସହିତ ଲଢ଼େଇ ହେବ।

  • Friday, 16 July 2021
nomination filed
ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର :  ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ। ଆସନ୍ତାକାଲି ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ହାତରେ କେବଳ ଆଜି ଓ ଆସନ୍ତାକାଲି। ତେଣୁ ଅନେକ ପ୍ରାର୍ଥୀ ଆଜି ନିଜ ନିଜର ନାମାଙ୍କନ ଦାଖଲ କରୁଛନ୍ତି। ଦଳ ବଳ ଆଣି ସମର୍ଥକଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ସେମାନେ ନାମାଙ୍କନ ଦାଖଲ କରୁଛନ୍ତି। ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ନୀତିଶ […]

  • Friday, 16 July 2021
majhi
ନବରଙ୍ଗପୁରରେ ଏଥର ତ୍ରିମୁଖୀ ଲଢେଇ

ନବରଙ୍ଗପୁର : ବିକାଶର ପାହାଚରେ ସବା ଶେଷରେ ଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ହେବ ‘କାଣ୍ଟେ କା ଟକ୍କର’। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍ ଆସନ୍ତା ୧୧ ତାରିଖରେ ଲଢେଇ ହେବ ତିନି ମାଝୀଙ୍କ ମଧ୍ୟରେ। କଂଗ୍ରେସରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ ବିଜେଡିରୁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ମନ୍ତ୍ରୀ ରମେଶ ମାଝୀ। ତ୍ରିମୁଖୀ ଲଢ଼େଇରେ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ରଣନୀତି ତିଆରି କରିଛନ୍ତି ତିନି ପ୍ରାର୍ଥୀ। ଇଂଜିନିୟରିଂ ପେସାରୁ ରାଜନୀତିକୁ ଲମ୍ଫ […]

  • Friday, 16 July 2021
raghu
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେପିରେ ମିଶିଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରଘୁନାଥ ମହାନ୍ତି। ବିଜେଡିରୁ ତାଙ୍କୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରଘୁନାଥ। ଏମିତିକି ସେ ଦାୟିତ୍ୱରେ ଥିବା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ କିଛି ଦିନ ତଳେ […]

  • Friday, 16 July 2021
mayabati
ବିଜେପି ଓ କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ। ଭୁବନେଶ୍ୱର ଠାରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏକ ଚତୁର୍ଥାଂଶ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ମାୟାବତୀ। କଂଗ୍ରେସ ଭଳି ବିଜେପି ମଧ୍ୟ ସିବିଆଇ, ଇଡି ଓ ଆଇଟିର ଅପବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। […]

  • Friday, 16 July 2021
Soumya
୭ଟି ବିଧାନସଭା, ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରାଯାଇଛି। ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଓ ସମସ୍ତ […]

  • Friday, 16 July 2021
bjd2
ବିଜେଡି ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : ବିଜେଡି ଟିକେଟ ବଣ୍ଟନକୁ ନେଇ ଜାରି ରହିଛି ଅସନ୍ତୋଷ। ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଆଜି ନବୀନ ନିବାସ ଆଗରେ ହୋହଲ୍ଲା, ନାରାବାଜି କରାଯାଇଛି।  କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ନାରାବାଜି କରିଛନ୍ତି। ସେହିପରି କଟକ ସଦର ଅଞ୍ଚଳରେ ଥିବା ପଞ୍ଚାୟତ ପ୍ରତିନିଧିମାନେ ଇସ୍ତଫା ଦେଇଛନ୍ତି। ସେପଟେ ଜୟଦେବ ଆସନରୁ ଟିକେଟ କଟିବା ପରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମର୍ଥକ ମାନେ ମଧ୍ୟ […]

  • Friday, 16 July 2021
NAVEEN NIWAS- JOINNING-keonjhar ra chandrani murmu nkn bjd re jogadana (2)
କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ

ଭୁବନେଶ୍ୱର :  କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ସୋରେନ୍। ଆଜି ଏ ସମ୍ପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସ ଆସି ବିଜେଡିରେ ମିଶିବା ପରେ ଏଭଳି ସୂଚନା ଦେଇଛନ୍ତି ଯୁବ ମେକାନିକାଲ ଇଞ୍ଜିନିୟର ଚନ୍ଦ୍ରାଣୀ ସୋରେନ। ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର ପୂର୍ବତନ ଲୋକସଭା ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି।

  • Friday, 16 July 2021
bjd--pravin
ବିଜେଡି ଛାଡ଼ିଲେ ମୋରଡ଼ା ବିଧାୟକ : ତେଣେ ନବୀନ ନିବାସ ଆଗରେ ଥମୁନି ଟିକେଟ୍ କଳି

ଭୁବନେଶ୍ୱର : ବିଜେଡିରେ ବିଦ୍ରୋହ ଲାଗି ରହିଛି। କାଲି ରଘୁ ମହାନ୍ତି ଓ ଆଜି ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ଦଳ ଛାଡ଼ିଛନ୍ତି। ପ୍ରବୀଣ ଦୁଇ ଦୁଇ ଥର ବିଧାୟକ ରହିବା ସହ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ। ତେବେ ବିଜେପି ନେତା ରାଜକିଶୋର ଦାସ ବିଜେଡିରେ ସାମିଲ ହେବାପରେ ମୟୂରଭଞ୍ଜ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ତା’ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ କାର୍ଯ୍ୟଶୈଳୀଙ୍କୁ ମଧ୍ୟ ପ୍ରବୀଣ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଥିଲା। ମୋରଡ଼ା ବିଧାୟକ ପ୍ରବୀଣ […]

  • Friday, 16 July 2021